Img 20240617 Wa0141

ରଜ ମୌଜ ଉଦଯାପନୀ ଦିବସରେ ବିଶିଷ୍ଟ କଳାକାର ଓ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

State

ବାରିପଦା: ବାରିପଦା ୱାର୍ଡ ନମ୍ବର ୫ ସ୍ଥିତ ମା ଅମ୍ବିକା ମନ୍ଦିର ନିକଟରେ ଥିବା ଖେଳପଡିଆରେ ପାରମ୍ପରିକ ରଜ ମୌଜ ଉତ୍ସବ ଉକ୍ତ ଅନୁଷ୍ଠାନ ର ସଭାପତି ତଥା ସବୁଜ ସୁନ୍ଦର ବାରିପଦା ସଂଗଠକ ଜିତେନ୍ଦ୍ର ମହାନ୍ତି ( ନଛି ) ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ହୋଇଯାଇଛି l ଉକ୍ତ ଉଦଯାପନୀ ଉତ୍ସବକୁ ସମ୍ମାନିତ ଅତିଥି ଭାବେ ଲଷ୍ମୀକାନ୍ତ ମହାବିଦ୍ୟାଳୟ ର ଅଧକ୍ଷା ଡ଼ଃ ପୁଷ୍ପା ପାତ୍ର ଓ ଫକୀର ମୋହନ ମହାବିଦ୍ୟାଳୟର କୁଳସଚିବ କୁକୁମିନା ଦାସ ଯୋଗଦେଇ ବିଭିନ୍ନ ଦିଗରୁ ସଫଳତା ପାଇଥିବାଙ୍କୁ ରଜ ମୌଜ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ସେମାନେହେଲେ ଯଥାକ୍ରମେ ଦୀପକ ଭଞ୍ଜଦେବ ( ପ୍ରତିଷ୍ଠିତ ଗାୟକ ରାଧାକୃଷ୍ଣ ଭଞ୍ଜଙ୍କ ସୁପୁତ୍ର ), ଜଣାଶୁଣା ପ୍ରଯୋଜକ ସଂଜୀବ ଦିବେଦୀ, ନିର୍ଦେଶକ ଜିତୁ ରାଉତ, ଶ୍ରେଷ୍ଠ ହାସ୍ୟ ଅଭିନେତା ତାପସ ପାଢ଼ୀ ଏବଂ ଏ ବର୍ଷର ରଜ ସ୍ପେଶାଲ ଭାବେ ସିନେତାରକା ମିଟୁ ମିଥୁନ, ସିରିଏଲ ତାରକା ଅର୍ପଣ, ଓ ରଜ କୁଇନ ଭାବେ ସନଭି ସୁନେରା ଦାସ, ଫାଷ୍ଟ ରନର୍ସ ଭୈରଭି ଘୋଷ, ସେକେଣ୍ଡ ରନର୍ସ ପ୍ରାଚି ତମ୍ମନା ଓ ସିନେତାରକା କୁମାର ବାବୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ତିନିଦିନ ଧରି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନେହେଲେ ସତ୍ୟରଞ୍ଜନ ପଟ୍ଟନାୟକ,ସୁକୁମାର ରଞ୍ଜନ ପ୍ରଧାନ,ସ୍ମିତା ରୂପ୍, କିଶୋର ପାତ୍ର, କୁନ୍ଦନ ଭଞ୍ଜ, ଗୋପାଳ ପାତ୍ର ପ୍ରମୁଖ ସହଯୋଗ କରିଥିଲେ l