Onn 3

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ସୁକିନ୍ଦା ଥାନା SI

Crime State

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ  ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ମୁତାବକ, ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ବାଲି ବୋଝେଇ ହାଇୱା ଜବତ କରି  ସୁକିନ୍ଦା ଥାନାରେ ଜିମା ଦେଇଥିଲେ । ସେହି ହାଇୱା ଜବତ ଘଟଣାରେ ବୁଧବାର ଦିନ ସୁକିନ୍ଦା ପୋଲିସ କେସ ନଂ ୧୨୪/୨୩ ରେ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ମନୋହରପୁର ଗ୍ରାମର ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ସେହି ବାଲି ବୋଝେଇ ଗାଡ଼ିକୁ ଥାନାରୁ ଖଲାସ କରିବା ନିମନ୍ତେ ଗାଡି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର SI ନିର୍ମଳ ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ । ଏହି ମାମଲାରେ, କଟକ ଭିଜିଲାନ୍ସ PS ମାମଲା ନମ୍ବର ୨୨/୨୦୨୩ U / s-୭PC ସଂଶୋଧନ ଅଧିନିୟମ, 2018 ଅନୁଯାୟୀ ମାମଲା ରୁଜୁ କରିଛି | ତେବେ ଏହି ଘଟଣାରେ ଭିଜିଲାନ୍ସ ଟିମ୍ ସୁକିନ୍ଦା ଥାନା SI ନିର୍ମଳ ସେନାପତି ଙ୍କ ବାସଗୃହ ରେ ଚଢ଼ାଉ କରିବା ପରେ ଅଧିକ ତଦନ୍ତ ପାଇଁ ବର୍ତ୍ତମାନ ତାଙ୍କୁ କଟକ ନେଇଥିବା ଜଣା ପଡିଛି।