Onn 3

ଏନଡିଏରେ ସାମିଲ ହୋଇପାରନ୍ତି ଅକାଳି ଦଳ, ଟିଡିପି ଓ ଏଲଜେପି

National & International

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳ ଏକାଠି ହେଉଥିବାବେଳେ ବିଜେପି ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥପାଇଁ ବିଜେପିର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଉଥିବାବେଳେ ଏନଡିଏରୁ ଅଲଗା ହୋଇଥିବା ପୁରୁଣା ସହଯୋଗୀ ଦଳଙ୍କୁ ପୁଣି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଏଥିପାଇଁ ୧୮ ଜୁଲାଇରେ ଏନଡିଏର ଏକ ବଡ଼ ବୈଠକର ଆୟୋଜନ କରାଯାଇଛି । ଏଥିରେ ସାମିଲ ହେବାକୁ ଅକାଳି ଦଳ, ଟିଡିପି, ଏଲଜେପି ସମେତ ଆଉ କେତେକ ନୂଆ ଦଳଙ୍କୁ ନିମନ୍ତ୍ରଣ କରାଯାଇଛି ।
ଏଲଜେପିର ସୁଖବୀର ବାଦଲ ଏବଂ ଚିରାଗ ପାସୱାନ ଏହି ବୈଠକରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମଧ୍ୟ ଏହି ବୈଠକରେ ଯୋଗ ଦେଇପାରେ । ଏନଡିଏ ବୈଠକରେ କିଛି ନୂଆ ଦଳ ମଧ୍ୟ ସାମିଲ ହୋଇପାରନ୍ତି ।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିରେ ବାରମ୍ବାର ବୈଠକ ହେଉଛି । ବିଜେପିର ଶୀର୍ଷ ନେତୃତ୍ୱଙ୍କ ଅନେକ ପର୍ଯ୍ୟାୟ ବୈଠକ ପରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ସମ୍ଭାବନାକୁ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ଏହି ବୈଠକ ହୋଇଥିଲା । ଏହାପରେ ବିଜେପି ୪ଟି ରାଜ୍ୟରେ ରାଜ୍ୟ ସଭାପତି ମଧ୍ୟ ବଦଳାଇଥିଲା ।