Onn 3

ଏଲଏସିରେ ଥିବା ମେଜର ସୈତାନ ସିଂଙ୍କ ସ୍ମାରକ ଧ୍ବଂସ, ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

National & International

Untitled-1

ନୂଆଦିଲ୍ଲୀ: ଲଦାଖରେ ଚୀନକୁ ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ବଫର ଜୋନ୍ ସ୍ଥାପନ ହେବା ଯୋଗୁଁ ୧୯୬୨ ଯୁଦ୍ଧର ନାୟକ ମେଜର ସୈତାନ ସିଂହଙ୍କ ସ୍ମାରକୀ ଭାଙ୍ଗି ଯାଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।
ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ମେଜର ସୈତାନ ସିଂହଙ୍କ ସ୍ମାରକୀକୁ ଭାଙ୍ଗି ବିଜେପି ପୁଣି ଥରେ ଦେଶକୁ ନିଜର ନକଲି ଦେଶଭକ୍ତିର ପ୍ରମାଣ ଦେଇଛି।
“ଲଦାଖର ଚୁଶୁଲଠାରେ ଭାରତ ମାତାଙ୍କ ବୀର ପୁତ୍ର, ପରମବୀର ଚକ୍ର ବିଜେତା ତଥା ୧୯୬୨ ରେଜାଙ୍ଗ-ଲା ଯୁଦ୍ଧର ମହାନ ନାୟକ ମେଜର ସୈତାନ ସିଂହଙ୍କ ସ୍ମାରକୀ ଭାଙ୍ଗିବା ଖବର ଅତ୍ୟନ୍ତ ଦୁଃଖଦାୟକ“ ସେ କହିଛନ୍ତି ।
୨୦୧୪ରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଓ ସି ଜିନପିଙ୍ଗଙ୍କ ସରକାର ମଧ୍ୟରେ ୨୦ଟି ବୈଠକ ପରେ ମଧ୍ୟ ଭାରତକୁ ଡେପସାଙ୍ଗ ପ୍ଲେନ୍, ପାଙ୍ଗୋଙ୍ଗ ସୋ, ଡେମଚୋକ୍ ଏବଂ ଗୋଗ୍ରା-ହଟସ୍ପ୍ରିଙ୍ଗ ଅଞ୍ଚଳରେ ୨୦୨୦ ପୂର୍ବସ୍ଥିତି ହାସଲ କରିବାରେ ମୋଦୀ ବିଫଳ ହୋଇଛନ୍ତି । ଗଲୱାନରେ ୨୦ ସେନା ଯବାନଙ୍କ ବଳିଦାନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନକୁ କ୍ଲିନ୍ ଚିଟ୍ ଦେଇଥିବା କଥା କ’ଣ ସତ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୬୨ ଯୁଦ୍ଧରେ ମେଜର ସୈତାନ ସିଂଙ୍କ ନେତୃତ୍ବରେ ୧୩-କୁମାୟୁଁ ରେଜିମେଣ୍ଟର ସୈନିକମାନେ ରେଜାଙ୍ଗ ଲାକୁ ସୁରକ୍ଷା ଦେଇଥିଲେ । ଏହି ସଂଘର୍ଷରେ ୧୧୩ ବୀର ଯବାନ ପ୍ରାଣବଳୀ ଦେଇଥିଲେ । ଯବାନଙ୍କ ସର୍ବୋଚ୍ଚ ବଳିଦାନ ଦେଶର ଗୌରବ ବୋଲି କଂଗ୍ରେସ ସଭାପତି କହିଛନ୍ତି।