Img 20240615 Wa0170

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ – ୩୫ ୟୁନିଟ ରକ୍ତ ସଂଗୃହିତ 

State

 

ବାରିପଦା  :  ଭୀଷଣ ଗରମ ପାଗ ସହିତ କଲେଜ ତଥା ବହୁ ଅନୁଷ୍ଠାନ ବନ୍ଦ ଥିବାରୁ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଉଛି । ଫଳରେ ବହୁ ରୋଗୀ ରକ୍ତ ପାଇଁ ହନ୍ତସନ୍ତ ହେଉଛନ୍ତି । ଏହି ସମୟରେ ମୟୁରଭଞ୍ଜ ଜିଲ୍ଲା ମହେଶ୍ୱରୀ ସଭାର ସଦସ୍ୟଗଣ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିବାରୁ ରକ୍ତଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ କୃତଜ୍ଞତା ଜ୍ଞାପନ କରିବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଅନୁଷ୍ଠିତ ଏହି ଶିବିରରେ ୬ ଜଣ ମହିଳା ସମେତ ମୋଟ ୩୫ ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।
ସମସ୍ତ ରକ୍ତଦାତାଙ୍କୁ ମଧ୍ୟ ସଂସ୍ଥା ଓ ରକ୍ତଭଣ୍ଡାର ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଜିତେନ୍ଦ୍ର କର୍ଣ୍ଣାନୀ, ଅନୁଜ କର୍ଣ୍ଣାନୀ, ଧର୍ମେନ୍ଦ୍ର ଭଟ୍ଟର, ଜେ କେ ଭଟ୍ଟର, କମାଲ ଜୀ କର୍ଣ୍ଣାନୀ ଓ ମନୋଜ ଭଟ୍ଟର ଓ ସମାଜସେବୀ ଅମର କୁମାର ସେଠି ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ପାର୍ଥସାରଥୀ ମହାନ୍ତ, ପୁଣ୍ଡରିକାକ୍ଷ ଦାସ, ରୁଚିକା ଖୁରାନା ଓ ଛବି ମହାନ୍ତ ରକ୍ତ ସଂଗ୍ରହ କରିଥିଲେ ।