Img 20240615 Wa0175

ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ପ୍ରସ୍ତୁତି ବୈଠକ

State
ବାରିପଦା : ଆସନ୍ତା ଜୁନ ୨୧ ତାରିଖ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଜୁନ ୧୭ ତାରିଖ ରୁ ୨୧ ତାରିଖ ପ୍ରଯ୍ୟନ୍ତ ପାଞ୍ଚ ଦିନିଆ ନିଶୁଳ୍କ ଯୋଗାଭ୍ୟାସ ଶିବିର ସ୍ଥାନୀୟ ଷ୍ଟେସନ ବଜାରସ୍ଥିତ ଏଥେଲେଟିକ୍ସ ପଡିଆରେ ପ୍ରେମକାଲ ଯୋଗ ମନ୍ଦିର, ଦେବେନ୍ଦ୍ରପୁର ତରଫରୁ ଆୟୋଜନ କରାଯାଇଛି । ଏହି ଶିବିରରେ ସୂକ୍ଷ୍ମ ଅଭ୍ୟାସ, ଉଚ୍ଚ ଅଭ୍ୟାସ, ସୂର୍ଯ୍ୟ ନମସ୍କାର, ଶବାସନ, ପ୍ରାଣାୟାମ ସହିତ ବିଭିନ୍ନ ରୋଗର ଯୋଗ ମାଧ୍ୟମରେ ଆସନ ଶିକ୍ଷା ଦିଆ ଯିବ ।  ଉତ୍ତରାଖଣ୍ଡ ବିଶ୍ୱବିଦ୍ୟାଳୟ ହରିଦ୍ୱାରରେ ଯୋଗରେ ସ୍ନାତକ ହାସଲ କରିଥିବା, ଗୋରଖପୁର ଉତ୍ତରପ୍ରଦେଶ ଥିବା ଆରଗ୍ୟ ମନ୍ଦିରରୁ ଯୋଗରେ ଡାକ୍ତରୀ ପାଠ ପଢିଥିବା ଆମେରିକାସ୍ଥିତ ଯୋଗ ୱେଲନେନ୍ସରୁ ଯୋଗ ଶିକ୍ଷକର ପ୍ରଶିକ୍ଷଣ ନେଇଥିବା ଯୋଗୀରାଜ ରାକେଶ ମହାନ୍ତ ଉକ୍ତ ଶିବିର ପରିଚାଳନା କରିବେ ।
ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଶିବିରର ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ  ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଶିବାନୀ ଥଗାଲ , ଗୀତାଞ୍ଜଳି ମହାନ୍ତି, ସ୍ମୃତି ସୁରଣୀ ମହାନ୍ତ, ଜଗବନ୍ଧୁ ମହାନ୍ତ, ଖଗେନ୍ଦ୍ର ମହାନ୍ତ, ବିଷ୍ଣୁପଦ ବେରା ସୁମନ ମହାନ୍ତ, ଉର୍ମିଳା ବେରା,ମୋବାଶିଷ ମହାନ୍ତ, ସୁଗନ୍ଧ ବେହେରା, ପ୍ରଦୀପ ମହାନ୍ତ, ମମତା ସାହୁ, ଦେବାଶିଷ ମହାନ୍ତ, ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଚ୍ଚିଦାନନ୍ଦ ଗୁରୁକୁଳର ଟ୍ରଷ୍ଟି ସବ୍ୟସାଚୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।