Img 20240613 Wa0232

ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ମାନଙ୍କର କାର୍ଯ୍ୟଶାଳା ଅନୁଷ୍ଠିତ

State

ବାରିପଦା:  ବାରିପଦା ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିକ୍ଷଣ ପଦ୍ଧତି ଓ ପରୀକ୍ଷା ପକ୍ରିୟା” ବିସୟରେ ଶିକ୍ଷକ ମାନଙ୍କର କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଅଛି । ଜବାହାର ନବୋଦୟ ବିଦ୍ୟାଳୟ ଅନୁଗୁଳର ଅଭିଜ୍ଞ ଶିକ୍ଷାବିତ୍ ଶ୍ରୀ ହିମାଂଶୁ ଶେଖର ବେହେରା ଶିକ୍ଷକ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ଇଂ. ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତା ବାରିକ୍ ପ୍ରଭୃତି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ଶିକଷୟିତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଡ. ଆଦର୍ଶ ଶତପଥୀ ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଲେ, ଉପାଧ୍ୟକ୍ଷ ଡ. ରାଜ କୁମାର ବିଶ୍ଵାଳ ଉକ୍ତ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ।