Truck 2

ଭାରସାମ୍ୟ ହରାଇ ଘରକୁ ମାଡ଼ିଗଲା ଡମ୍ଫର, ସ୍ୱାମୀ-ସ୍ତ୍ରୀ ମୃତ

Crime State

ଜଳେଶ୍ୱର  : ମାଡିଗଲା ଚିପ୍ସ ବୋଝେଇ ଡମ୍ଫର । ସ୍ୱାମୀ-ସ୍ତ୍ରୀ ମୃତ । ଘର ଭିତରେ ଶୋଇଥିବା ବେଳେ ମାଡିଗଲା ଡମ୍ପର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ମୃତକ ହେଲେ କାଶିଡିହା ଗାଁର ସୁଧୀର ଜେନା ଓ ଗୀତାରାଣି ଜେନା । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନାତି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଚିପ୍ସ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଭାରସାମ୍ୟ ହରାଇ ଘର ଭିତରକୁ ପଶି ଯାଇଥିଲା । ଖବର ପାଇ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ ।

ସେହିପରି ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଛତ୍ରଗଡ଼ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଏକ ଟ୍ରାଭେରାକୁ ଆଇରନ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଡ୍ରାଇଭର ସମେତ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଭୋର ସମୟରେ ଏକ ଟ୍ରଭେରା ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ ଆସି ଟ୍ରାଭେରାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ସୂଚନା ମିଳିଥିଲା ।