Prasa

ଖୋର୍ଦ୍ଧା ଆସନରୁ ବିଜୟୀ ହେଲେ ପ୍ରଶାନ୍ତ ଜଗଦ୍ଦେବ

Politics State

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରି ବିଜୟୀ ହେଇଛନ୍ତି । ରାଜେନ୍ଦ୍ର କୁମାରଙ୍କୁ ୮ ହଜାର ୫୯୮ ଭୋଟରେ ପରାସ୍ତ କରିଛନ୍ତି ପ୍ରଶାନ୍ତ ।

ପ୍ରଶାନ୍ତ ଜଗଦ୍ଦେବ ୮୦ ହଜାର ୫୬୪ ଭୋଟ ପାଇଥିବା ବେଳେ, ରାଜେନ୍ଦ୍ର କୁମାର ୭୧ ହଜାର ୯୬୬ ଭୋଟ ପାଇଛନ୍ତି ।

ବିଜେଡି ଏଠାରେ ବିଧାୟକ ଜିତୁ ମିତ୍ରଙ୍କ ଟିକେଟ୍ କାଟି ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଅନ୍ୟପଟେ ବିଜେପି କାଳୁ ଖଣ୍ଡାୟତରାୟଙ୍କ ଟିକେଟ୍ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିଥିଲା । ଦଳର ଆଶାକୁ କାୟମ ରଖିଲେ ପ୍ରଶାନ୍ତ ।