Pm Modi 1

ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ, ଗାନ୍ଧିନଗରରୁ ଅମିତ ଶାହଙ୍କ ରେକର୍ଡ ବିଜୟ

National & International

ଉତ୍ତର ପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ । ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା ଭାବେ ବିଜୟୀ ହୋଇଥିଲେ । କିନ୍ତୁ ଏଥର ତାଙ୍କୁ କଂଗ୍ରେସର ଅଜୟ ରାୟ କଡ଼ା ଟକ୍କର ଦେଇଥିଲେ ।

ମୋଦି ପ୍ରାୟ ଦେଢ ଲକ୍ଷ ବ୍ୟବଧାନରେ ଜିତିଛନ୍ତି । ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ ଭୋଟ ମିଳିଛି । ସେ ଅଜୟ ରାୟଙ୍କୁ ୧,୫୨,୫୧୩ ଖଣ୍ଡ ଭୋଟରେ ହରାଇଛନ୍ତି । ଅଜୟ ରାୟଙ୍କୁ ୪,୬୦,୪୫୭ ଖଣ୍ଡ ଭୋଟ ମିଳିଛି ।

ଗୁଜରାଟର ଗାନ୍ଧିନଗର ଆସନରୁ ଅମିତ ଶାହ ରେକର୍ଡ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅମିତ ଶାହଙ୍କୁ ୧୦ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ପଟେଲ ୨.୬୦ ଲକ୍ଷ ଭୋଟ ପାଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହ ଏଠାରେ ସିଜେ ଚାଭଡାଙ୍କୁ ପରାସ୍ତ କରିଥିଲେ । ଶାହଙ୍କୁ ୮,୯୪,୬୨୪ ଖଣ୍ଡ ଭୋଟ ମିଳିଥିଲା । ସେହିପରି ଚାଭଡା ୫,୫୭,୦୧୪ ଖଣ୍ଡ ଭୋଟ ପାଇଥିଲେ ।