Counting 750x430

ଭୋଟ ଗଣତି କେନ୍ଦ୍ରକୁ ନେଇ ହେବନାହିଁ ମୋବାଇଲ: ପୁଲିସ

State

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୁଲିସ | ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୁଲିସ | ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଁଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି | ଷ୍ଟ୍ରଙ୍ଗ ରୁମରେ ସିଆରପିଏଫ ମୁତୟନ ହୋଇଥିବାବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକଧାରୀ ପୁଲିସ ଓ ବାହାରେ ଜିଲ୍ଲା ପୁଲିସ ମୁତୟନ ହେବେ | ଏଥିପାଇଁ ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ | ଏହାସହ ୨୧୮ ପ୍ଲାଟୁନ ପୁଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ |

ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଯାଇପାରିବେ | ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି | କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି | କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ମୋବାଇଲ ଫୋନ ନେଇ ପାରିବେ | କାଉଟିଙ୍ଗ ସେଣ୍ଟରକୁ ଦୁଇଟି ବ୍ୟାରିକେଡ଼ରେ ବିଭକ୍ତ କରାଯାଇଛି | ସାଧା ପୋଷାକଧାରୀ ପୁଲିସ ବିଭିନ୍ନ ସ୍ଥାନରେ ନଜର ରଖିବେ | ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୁଲିସର ଅନୁମତି ନେବା ଆବଶ୍ୟକ ରହିଛି |