Onn 3

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ପିଏମ ଜନମନ ଯୋଜନା କାର୍ଯ୍ୟକାରିଣୀ ବୈଠକ

State

ତୁରନ୍ତ ସମଗ୍ର ଜିଲ୍ଲାରେ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଲେ ଜିଲ୍ଲାପାଳ

ବାରିପଦା: ଜାତୀୟ ଜନଜାତୀୟ ଦିବସ ଅବସରରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପିଏମ ଜନମନ (PM JANMAN ) ଯୋଜନା ମାଧ୍ୟମରେ କିପରି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀକୁ ସାହାଯ୍ୟ କରି ହେବ ସେ ବିଷୟରେ ମତବ୍ୟକ୍ତ କରିଥିଲେ। ସେହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସମନ୍ୱୟ କମିଟିର ସମସ୍ତ ସଦସ୍ୟ ତଥା ସମସ୍ତ ବିଶେଷ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ପି ଏମ କିସାନ, PMAY ଭଳି ସମସ୍ତ କେନ୍ଦ୍ରୀୟ ଯୋଜନା ସବୁ ଏହି ଶ୍ରେଣୀ ଅନ୍ତର୍ଗତ ହୋଇଥିବା ନେଇ ଏବଂ ସେମାନଙ୍କ ପ୍ରକୃତ କାର୍ଯ୍ୟକାରିତା ବିଷୟରେ ଅନୁଧ୍ୟାନ କରି ଏହାକୁ ତ୍ୱରାନ୍ୱିତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ପ୍ରକାଶ ଥାଉକି, ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTGs) କୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ପଦକ୍ଷେପ ସେମାନଙ୍କର ଅନନ୍ୟ ଆହ୍ୱାନର ସମାଧାନ ତଥା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇବା ପାଇଁ ସାମର୍ଥ୍ୟ ବହନ କରେ । ଏଣୁ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲାପରିଷଦର ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ , ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କୁ ଏହି କାର୍ଯ୍ୟପ୍ରଣାଳୀର ଉତ୍ତମ ପର୍ଯ୍ୟବେକ୍ଷଣ କରିବା ପାଇଁ ଦାୟିତ୍ୱ ଦେଇଥିବା ବେଳେ ସମସ୍ତ ବି.ଡ଼ି.ଓ ଏବଂ ଆଇ.ଟି.ଡ଼ି.ଏ ପ୍ରକଳ୍ପ ପ୍ରଶାସକ ମାନଙ୍କୁ ଦାୟିତ୍ୱ ଦେଇଥିଲେ। ଜିଲ୍ଲାର ଯେଉଁ ସବୁ ବ୍ଲକଠାରେ ଏହି ସବୁ କାର୍ଯ୍ୟ ଚାଲିଛି ଏହାକୁ ତ୍ୱରାନ୍ୱିତ ଏବଂ ବିଶେଷକରି ଚିହିଁତ ହେଇଥିବା ଜିଲ୍ଲାର ୬୭ଟି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟ ପ୍ରମୁଖ ଆଧାରରେ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

ଜିଲ୍ଲପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ଯେଉଁ ସବୁ ଗ୍ରାମବାସୀ ମାନେ ଏପର୍ଯ୍ୟନ୍ତ ଆଧାର କାର୍ଡର ସୁବିଧା ପାଇଁ ନାହାନ୍ତି, ଜାତିଗତ ପ୍ରମାଣ ପତ୍ର ଯେଉଁଠାରେ ମିଳିନାହିଁ, ସେମାନଙ୍କୁ ତୁରନ୍ତ ଏହି ସୁବିଧା କରାଇବାପାଇଁ ଅଧିକାରୀ ମାନେ ତତ୍ପର ହେବେ। ସୂଚନା ଯୋଗ୍ୟଯେ,ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତା ଜାନୁଆରୀ ୧୫ ତାରିଖ ଦିନ ଆଭାସୀ ଜରିଆରେ କିଛି ଜିଲ୍ଲାଙ୍କ ସହିତ ଏହି ବିଷୟରେ ଆଲୋଚନା କରିବେ ଏବଂ ଯେହେତୁ ମୟୂରଭଞ୍ଜ ଜିଲ୍ଲା ଏକ ବିଶେଷ ସ୍ଥାନ ଅଧିକାର କରୁଛି ତେଣୁ ଏହି ଜିଲ୍ଲା ପ୍ରତି ବିଶେଷ ଧ୍ୟାନ ରହିବ ବୋଲି ଜିଲ୍ଲାପାଳ କହିଥିଲେ। ବିଶେଷକରି ଚିହିଁତ ୬୭ଟି ଗ୍ରାମ ମାନଙ୍କରେ ଏହି କାର୍ଯ୍ୟ ଯଥା ଶୀଘ୍ର ସମ୍ପୂର୍ଣ୍ଣ ହେବ ସହିତ ଏହାର ବିଶଦ ବିବରଣୀ ଜିଲ୍ଲାପାଳଙ୍କ ପାଖରେ ଦାଖଲ କରିବାକୁ ମଧ୍ୟ ନିର୍ଦେଶ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ସେଠୀ, ଯୋଗ ଦେବା ସହିତ ସମସ୍ତ ବିଡ଼ିଓ, ଆଇ.ଟି.ଡ଼ି.ଏ ପ୍ରକଳ୍ପ ପ୍ରଶାସକ ତହସିଲଦାରଙ୍କ ସମେତ, ମୟୂରଭଞ୍ଜ ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପରିଚାଳକ, ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିବା ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।