Voter

ରାଜ୍ୟରେ ସନ୍ଧ୍ୟା ୫ସୁଦ୍ଧା ୬୨.୪୬% ମତଦାନ: ଜଗତସିଂହପୁରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ଭୋଟିଂ

State

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ‌ଭୋଟ୍‌ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି। ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍‌ ପ୍ରତିଶତ ଆସିବ।
ରିପୋର୍ଟ ଅନୁସାରେ ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି।
ରାଜ୍ୟରେ ଆଜି ୬ଟି ଲୋକସଭା ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହୋଇଛି। ସାଲେପୁରରେ ୬୬.୮୦, ସାରସକଣାରେ ୬୨.୨୦, ସିମୁଳିଆରେ ୬୨.୩୦, ସୋରୋରେ ୬୨.୨୦, ସୁକିନ୍ଦାରେ ୬୬, ତିର୍ତ୍ତୋଲରେ ୬୪.୫୭, ଉଦଳାରେ ୬୫.୭୨, ନୀଳଗିରିରେ ୬୨.୧୫, ନିମାପଡ଼ାରେ ୬୭.୧୦, ପାରାଦୀରେ ୬୧.୯୦, ପାଟକୁରାରେ ୬୦.୧୪, ରାଇରଂଗପୁରରେ ୬୨.୪୦, ରାଜନଗରରେ ୫୯.୪୭, ରେମୁଣାରେ ୬୧.୯୦, କାକଟପୁରରେ ୬୭.୫୦, କେନ୍ଦ୍ରାପଡ଼ାରେ ୫୮.୬୦, କୋରେଇ ୬୧, ମହାକାଳପଡ଼ାରେ ୬୧, ମାହାଙ୍ଗାରେ ୬୭.୬୦, ମୋରଡ଼ାରେ ୬୩.୧୨, ନିଆଳିରେ ୬୯.୫୦, ଚାନ୍ଦବାଲିରେ ୬୩.୧୫ ପଅତିଶତ ମତଦାନ ହୋଇଛି।
ସେହିପରି ଧାମନଗରରେ ୫୩.୪୦, ଧର୍ମଶାଳାରେ ୬୫.୫୦, ଯାଜପୁରରେ ୬୦, ଜଳେଶ୍ବରରେ ୬୨.୩୫, ଯଶିପୁରରେ ୭୦.୧୧, ବାରିପଦାରେ ୬୧.୬୦, ବସ୍ତାରେ ୬୧.୫୬, ବାସୁଦେବପୁରରେ ୫୬.୫୦, ଭଦ୍ରକରେ ୫୫.୬୦, ଭଣ୍ଡାରିପୋଖରୀରେ ୫୪.୭୦, ଭୋଗରାଇରେ ୬୧.୫୦, ବିଂଝାରପୁରରେ ୬୦, ଆଳିରେ ୬୦.୧୪, ବଡ଼ସାହିରେ ୬୨.୪୫, ବାଲେଶ୍ବରରେ ୬୧.୫୩, ବାଲିକୁଦା-ଏରସମାରେ ୬୫.୦୭, ବାଙ୍ଗିରିପୋଷିରେ ୬୪.୨୦, ବଡ଼ଚଣାରେ ୬୫ ଓ ବରୀରେ ୬୪ ପ୍ରତିଶତ ମତଦାନ ହୋଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୨୮୫ ହାର୍ମସ ଜବତ ହୋଇଛି। ୧୪ ହଜାର ୭୬୨ଟି ବନ୍ଧୁକ ଡିପୋଜିଟ କରାଯାଇଛି। ବିଭିନ୍ନ ରାଜନୈତିକ ଦଳ ଠାରୁ ୧୭୫୫ଟି ଅଭିଯୋଗ ଆସିଥିଲା। ୨୦୧୯ରେ ୩୨୭ ଏବଂ ୨୦୨୪ରେ ୧୨୪ଟି ହିଂସା ହୋଇଛି। ମୋଟ ୩୭ ହଜାର ୮୯୮ ବୁଥ କରାଯାଇଥିଲା। ୪୬୮୭ ସକ୍ଷୀ ବୁଥ କରାଯାଇଥିଲା। ୧୯ଟି ବୁଥରେ ମତଦାନ ବର୍ଜନ ହୋଇଛି। ୨ ଲକ୍ଷ ୫୦ ହଜାରରୁ ଅଧିକ ପୋଲିଂ ଅଫିସର ନିଯୁକ୍ତି ହୋଇଛନ୍ତି। ୧୦୬୩ଟି ଅଭିଯୋଗ ଆସିଛି। ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବ୍ୟାଲେଟ ଭୋଟ। ୭୫ % ମତଦାନ ପାଇଁ ଲକ୍ଷ ରଖାଯାଇଥିଲା। ୨୮୦ କୋଟି ଟଙ୍କାର ସିଜର ଜବତ ହୋଇଛି। ୧୫ ହଜାର ୬୦ ଅଭିଯୋଗ ସିଭିଜିଲ ମାଧ୍ୟମରେ ଆସିଥିଲା। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ ହୋଇଛି।