Img 20240530 Wa0195

ନାରାୟଣ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ – ୪୦ ୟୁନିଟ ରକ୍ତ ସଂଗ୍ରହ

State

ବାରିପଦା:  ସ୍ଥାନୀୟ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଭୀଷଣ ଗରମ ପାଗ ସତ୍ୱେ ୮ ଜଣ ମହିଳାଙ୍କ ସମେତ ମୋଟ ୪0 ଜଣ ରକ୍ତଦାନ କରିଥିଲେ I ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାବେଳେ ଏହି ଶିବିର ଆୟୋଜକଙ୍କୁ ରକ୍ତ ଭଣ୍ଡାର ଅଧିକାରୀ ଡଃ ସୌମ୍ୟ ରଞ୍ଜନ ନାୟକ କୃତଜ୍ଞତା ଜଣାଇଥିଲେ I ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ପୁଣ୍ଡରୀକାକ୍ଷ ଦାସ, ପାର୍ଥସାରଥୀ ମହାନ୍ତ, ରଚିକା ଖୁରାନା, ଛବି ମହାନ୍ତ, କରୁଣାକର ଜେନା ଓ ବିଶ୍ୱନାଥ ପଲେଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ନିରୋଜ କୁମାର ପୋଥାଳଙ୍କ ଜନ୍ମଦିନରେ ରକ୍ତଦାନ ଶିବିରଟି ଆୟୋଜିତ ହୋଇଥିଲା I ସମସ୍ତ ରକ୍ତଦାତାଙ୍କୁ ସଂସ୍ଥା ତରଫରୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I ଟ୍ରଷ୍ଟର ସଭାପତି ବସନ୍ତ କୁମାର ମହାପାତ୍ର, ସମ୍ପାଦକ ପ୍ରତାପେଶ୍ୱର ଦାଶ, ରାଜେଶ କୁମାର ନନ୍ଦି, ରଣଜିତ ଦାସ, ବୀର କିଶୋର କୁଅଁରବାବୁ, ଜୟ ପ୍ରକାଶ ମହାନ୍ତ, ରାକେଶ କୁମାର ଦ୍ବିବେଦୀ, ଇନ୍ଦ୍ରଜିତ ମହାନ୍ତ, ଜଗତ କୁମାର ସିଂ, ନିରୋଦ ଦଳେଇ, ସତ୍ୟରଞ୍ଜନ ଜେନା, ରାଜଲକ୍ଷ୍ମୀ ମିଶ୍ର, ଭାସ୍ବତୀ ପଣ୍ଡା ଓ ମାନି ଗିରି ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ I