Cm Naveen

ବିଜେଡି ପୁଣି ସରକାର ଗଢିବ, ଲୋକସଭାରେ ଭଲ ପ୍ରଦର୍ଶନ କରିବ: ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଫଳାଫଳକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ବୟାନ ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ। ଓଡ଼ିଶାରେ ପୁଣିଥରେ ବିଜେଡି ଦୃଢ ସରକାର ଗଢ଼ିବ। ଲୋକସଭା ଆସନରେ ମଧ୍ୟ ବିଜେଡିର ପ୍ରଦର୍ଶନ ବେଶ ଭଲ ରହିବ ବୋଲି କହିଛନ୍ତି କହିଛନ୍ତି। ତେବେ ସେ କେତେ ଆସନ ବିଜେଡି ପାଇବ ତାହା ସ୍ପଷ୍ଟ କରିନାହାନ୍ତି।
ସ୍ବାସ୍ଥ୍ୟ ପ୍ରସଙ୍ଗରେ ନବୀନ କହିଛନ୍ତି ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି। ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି। ବିଜେପିର କିଛି ନେତା ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ନେଇ ନବୀନ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସତରେ ଚିନ୍ତିତ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ ଏବଂ ସ୍ୱାସ୍ଥ୍ୟବସ୍ଥା ବାବଦରେ ବୁଝିପାରିଥାନ୍ତେ। କାରଣ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଭଲ ସମ୍ପର୍କ। କିନ୍ତୁ ଏହା କରିବା ପରିବର୍ତ୍ତେ ଜନସଭାରେ ୩ଥର ମୋ ସ୍ୱାସ୍ଥ୍ୟ ଖରାପ ଥିବା କହିଲେ। ନିର୍ବାଚନରେ ସେ ଭୋଟ ପାଇବାକୁ ଏମିତି କରୁଛନ୍ତି।
ନବୀନ ଏହାସହ ଭି.କେ ପାଣ୍ଡିଆନ ତାଙ୍କର ଉତ୍ତାରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି। ଉତ୍ତରାଧିକାରୀ କିଏ ହେବେ ତାହା ରାଜ୍ୟବାସୀ ନିଷ୍ପତ୍ତି ନେବେ। କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି। କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି। ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ। ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି। ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ। ଏମିତି କୌଣସି କ୍ୟାବିନେଟ ବୈଠକ ହୋଇନାହିଁ, ଯେଉଁଠି ମୁଁ ଅଧ୍ୟକ୍ଷତା କରିନାହିଁ।