Photo For The News Of Bjd Prachar

ସଞ୍ଜୀବଙ୍କ ଦମ୍‌ଦାର ପ୍ରଚାର

State

ଆଗରପଡ଼ା :  ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା ୧୫ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୮ଗୋଟି ପଂଚାୟତ ମଧ୍ୟରୁ ସୋମବାର କାଦବରାଙ୍ଗ,ବଡ଼ବର୍ଚ୍ଚିକୟାଁ ଓ ଓଡ଼ଙ୍ଗ ପଂଚାୟତରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ଦମ୍‌ଦାର ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି । ତାଙ୍କ ପ୍ରଚାରରେ ବିଜେଡ଼ି କର୍ମୀ ଉତ୍ସାହିତ ହେବା ସହ ଦଳକୁ ବଳିଆନ କରିବାର ପ୍ରୟାସ ଜାରୀ ରଖିଛନ୍ତି ।

ପ୍ରାରମ୍ଭରେ ସଂଧ୍ୟାରେ କାଦବରାଙ୍ଗରେ ଶ୍ରୀ ମଲ୍ଲିକ ଏକ ସୁସଜ୍ଜିତ ଖୋଲା ଗାଡିରେ ଶତାଧିକ କର୍ମୀଙ୍କ ସହ ପ୍ରଚାର ଆରମ୍ଭ କରିଥିଲେ । ଉକ୍ତ ପ୍ରଚାରରେ ନବୀନବାବୁଙ୍କ ଜନହିତକର ଯୋଜନା ଯୋଗୁଁ ସେ ପୁଣି ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ତେଣୁ ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ ଅଟେ ବୋଲି କହିବା ସହ ଆଗାମୀ ନିର୍ବାଚନରେ ତାଙ୍କ ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଶ୍ରୀ ମଲ୍ଲିକ ଭୋଟ ଭିକ୍ଷା କରିଥିଲେ ।

ଏହି ଅବସରରେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖାଯାଇଥିଲା । ଉକ୍ତ ପ୍ରଚାରରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ,ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ, ସରପଞ୍ଚ ତପୋଇ ସେଠୀ, ପଞ୍ଚାୟତ ବିଜେଡି ସଭାପତି ତଥା ପୂର୍ବତନ ସରପଂଚ ଭାଗିରଥି ସେଠୀ,ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ,ଯୁବ ନେତା ବିଷ୍ଣୁ ଦାସ,ବାସୁଦେବ ଜେନା,ରମେଶ ପହି ପ୍ରମୁଖ ସାମିଲ ଥିଲେ । ସେହିପରି ବଡ଼ବର୍ଚ୍ଚିକୟାଁ ଗ୍ରାମପଞ୍ଚାୟତରେ ଏହି ପ୍ରଚାରରେ ଉପରୋକ୍ତ ଅତିଥିଙ୍କ ସହ ପୂର୍ବତ୍ତନ ସରପଞ୍ଚ ବିଷ୍ଣୁ ଜେନା,ବସନ୍ତ ଖିଲାର ପ୍ରମୁଖ ସାମିଲ ହୋଇଥିବା ବେଳେ ଓଡ଼ଙ୍ଗ ପଞ୍ଚାୟତରେ ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ରାଜ୍ୟ ସଂପାଦକ ଚିନ୍ମୟ ଦାସ ପ୍ରମୁଖ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ôଥନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ ।