Photo For The News Of Misranaparba

ତୋଡ଼ଗାଁ ପଂଚାୟତରେ କଂଗ୍ରେସର ମିଶ୍ରଣ ପର୍ବ

State

ଆଗରପଡ଼ା :  ବନ୍ତ ବ୍ଲକ ତୋଡ଼ଗାଁ ପଂଚାୟତରେ କଂଗ୍ରେସ ପକ୍ଷରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ କଂଗ୍ରେସ ସଭାପତି ଦେବେନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ପିସିସି ସଭାପତି ଏବଂ ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଶୈଳୀର ଘୋର ନିନ୍ଦା କରିଥିଲେ ।

ଏଥିରେ ପ୍ରାକ୍ତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ,ପ୍ରାକ୍ତନ ବ୍ଲକ ଉପସଭାପତି ନିରଞ୍ଜନ ମଲ୍ଲିକଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇ ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଆୟୋଜିତ ମହାମିଶ୍ରଣ ପର୍ବରେ ଶତାଧିକ କର୍ମୀ ଅନ୍ୟଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ମିଶିଥିଲେ । ଶ୍ରୀ ପଟ୍ଟନାୟକ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ । ରତ୍ନାକର ଜେନା, ଧରଣୀ ଜେନା, ସମ୍ବିତ ବାରିକ, ସୋମନାଥ ପଣ୍ଡା, ପବିତ୍ର ବାରିକ, ମୁନା ପ୍ରଧାନ, ସତ୍ୟବ୍ରତ ମଲ୍ଲିକ, ସୁରେନ୍ଦ୍ର ଜେନା, ଘାଲୁ ମୁଣ୍ଡା, ବିକ୍ରମ ମୁଣ୍ଡାଙ୍କ ସହ ପଂଚାୟତର ଦଳୀୟ କର୍ମୀ ପରିଚାଳନରେ ସହଯୋଗ କରିଥିଲେ ।