Onn 3

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା !

Politics State

rahul priyanka

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେଉଛି। ନିର୍ବାଚନ ଜିତିବା ଲକ୍ଷରେ ସମସ୍ତ ଦଳର ନେତା। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ପରିପେକ୍ଷୀରେ ଅକ୍ଟୋବରର ଶେଷ ସପ୍ତାହରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ଚାଲିଛି। ସେହିପରି ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଓଡ଼ିଶା ଆସିବେ ବୋଲି କୁହାଯାଉଛି। ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରରୁ ହେଭିୱେଟ ନେତା ମାନେ ଓଡ଼ିଶା ଆସି ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ରାହୁଲ ଓ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି। ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶା ଆସିନାହାନ୍ତି ରାହୁଲ ଗାନ୍ଧୀ। ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କୁ କଣ ଗୁରୁମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କର ନଜର।  ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ନିଜ ଦଳ ନେତାକର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ। ଅକ୍ଟୋବରରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ନିଜ ନେତା କର୍ମୀଙ୍କୁ ଭେଟିବେ।

ତେବେ ରାହୁଲ ଗାନ୍ଧୀ କେଉଁ ତାରିଖରେ ଓଡ଼ିଶା ଗସ୍ତ କରିବେ ସେନେଇ ସ୍ପଷ୍ଟ ହୋଇନାହିଁ। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ। ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶେଷ ସପ୍ତାହରେ ଆସିବାକୁ ସହମତି ପ୍ରକାଶ କରିଛନ୍ତି । ୪ ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ। ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି। ଏ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି।


Post Views: 7