Pandian 2 1

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

Politics State

ଭୁବନେଶ୍ୱର : ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି ତାଙ୍କର ସେଥିରେ ଏମାନଙ୍କ ବହୁତ ଭୂମିକା ରହିଛି । ଏହା କହିଛନ୍ତି ବିଜେଡିର ରଣନୀତିକାର କାର୍ତ୍ତିକ ପାଣ୍ଡିଆନ । ରାଜନୀତି ଉଦ୍ଦେଶ୍ୟ ରଖି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ପାଣ୍ଡିଆନ । ବିଜେପି ନେତୃମଣ୍ଡଳ ଯାହା ଚାହୁଁଛନ୍ତି ସେଇଆ ହେଉଛି । ସେ ସ୍ପଷ୍ଟ କରିଛନ୍ତି କି ବିଜେଡି କୌଣସି ଅଫିସରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବ୍ୟବହାର କରେ ନାହିଁ । ସମ୍ଭାବ୍ୟ ପରାଜୟକୁ ହଜମ କରି ପାରୁ ନାହିଁ ଏବଂ ନବୀନ ବାବୁଙ୍କ ଲୋକପ୍ରିୟତା ଆଗରେ ଛିଡ଼ା ହେବାକୁ ସମର୍ଥ ହେଉନାହିଁ ବିଜେପି ବୋଲି କହିଛନ୍ତି।

ଅନ୍ୟପଟେ ଆଜି ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ ବିଜେପି ଚାଷୀଙ୍କ ପାଇଁ କିଛି କରି ନାହିଁ । ଏବେ ନିର୍ବାଚନର ୧୦ ଦିନ ପୂର୍ବରୁ ଏମଏସପି ବୃଦ୍ଧି କଥା ଉଠାଉଛନ୍ତି । ଦୁଇ କୋଟି ଲୋକଙ୍କୁ ରୋଜଗାର ଦେବାଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରତିଶ୍ରୁତି ରଖିବାରେ ବିଜେପି ଫେଲ୍ ହୋଇଛି । କୋଇଲାରୁ ୬୦ରୁ ୭୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ନେଉଛନ୍ତି । କେନ୍ଦ୍ର ନେଲା ବେଳକୁ ଚତୁର୍ଭୁଜ ଦେଲା ବେଳକୁ ଖାଲି ହାତ ବୋଲି କଟାକ୍ଷ କରିଛନ୍ତି ପାଣ୍ଡିଆନ୍ ।