Photo3

ସଂଜୀବଙ୍କ ପ୍ରଚାର ମଙ୍ଗ ଧରିଲେ ବଦ୍ରି ପାତ୍ର

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା ୧୪ନଂ ଓ ୧୫ନଂ ଜିଲ୍ଲା ପରିଷଦ ଜୋନରେ ଥିବା ବିଭିନ୍ନ ପଂଚାୟତରେ ସୋମବାର ଠାରୁ ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଂଜୀବଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିବା ଜଣାପଡ଼ିଛି । ସୋମବାର ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ଭବାନିଗଞ୍ଜରେ ବିଜେଡି ପକ୍ଷରୁ ନିର୍ବାଚନି ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କର୍ମୀ ଜୈନୁଲ ଆବେଦିନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଶ୍ରୀ ପାତ୍ର ନବୀନ ବାବୁଙ୍କ ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହେଉଥିବା କହି ତାଙ୍କୁ ଆଗାମୀ ନିର୍ବାଚନରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ହେଲେ ଦଳିୟ ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ଏବଂ ସାଂସଦ ପ୍ରାର୍ôଥନୀ ମଞ୍ଜୁଲତା ମଣ୍ଡଳଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ରାଜ୍ୟ ଯୁବ ସଂପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ବ୍ଲକ ଯୁବ ସଭାପତି ସତ୍ୟସାଧନ ବେଜ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ଶ୍ରୀନାଥ ମହାନ୍ତି, ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ବିଜେଡ଼ି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ôଥନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । ମଙ୍ଗଳବାର କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବନ୍ତଳା ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

Photo1

ପ୍ରଥମେ ରାଣୀପୁର ଠାରୁ ଏକ ବାଇକ ଶୋଭା ଯାତ୍ରା ଆରମ୍ଭ ହୋଇ ବାଙ୍ଗତିରା ସଭାସ୍ଥୂକରେ ପହଂଚିଥିଲା । ଉକ୍ତ ସଭାରେ ଶ୍ରୀ ପାତ୍ରଙ୍କ ସମତେ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ,ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ରାଜ୍ୟ ସାଧାରଣ ସଂପାଦକ ଲାଲା ସ୍ୱାଇଁ,ବନ୍ତ ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟ ସାଧନ ବେଜ ପ୍ରମୁଖ ଉପସ୍ଥିତ ରହି ବିଧାୟକ ପ୍ରାର୍ଥୀ ସଂଜୀବ ଓ ସାଂସଦ ପ୍ରାର୍ôଥନୀ ମଂଜୁଲତାଙ୍କୁ ବିପୁୁଳ ପରିମାଣରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ସହ ନବୀନଙ୍କ ହାତ ମୁଠାକୁ ଟାଣ କରାଇବା ପାଇଁ ନିବେଦନ କରିଥିଲେ । ଏହି ଅବସରରେ କଂଗ୍ରେସ ଦଳ ପରିତ୍ୟାଗ କରି ଲକ୍ଷ୍ମୀଧର ବେହେରା,ପ୍ରଫୁଲ୍ଲ ଯେନା,ଗଙ୍ଗାଧା ଦାସ,ସାଗର ମହାପାତ୍ର,ଶତୃଘ୍ନ ଯେନା ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଏଥିରେ କାଦବରାଙ୍ଗ ପଂଚାୟତ ଯୁବ ବିଜେଡ଼ି ସଭାପତି କିଶୋର ରାଉତ,ଯୁବ ନେତା ବିଷ୍ଣ ଦାସଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।