Gozkfxsw8aeefuh

ମୟୁରଭଞ୍ଜ ଜିଲ୍ଲା ରେ କରଞ୍ଜିଆ ବିଧାନସଭା ଓ କେନ୍ଦୁଝର ଲୋକସଭା ପାଇଁ ମତଦାନ

Politics State

ହାରାହାରି ମତଦାନ ୬୧.୩୮ ପ୍ରତିଶତ

ବାରିପଦା: ଆଜି ମଇ ୨୫ ତାରିଖ ମୟୁରଭଞ୍ଜ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୩୦-କରଞ୍ଜିଆ(ଏସଟି) ବିଧାନସଭା କ୍ଷେତ୍ର ଏବଂ ୪-କେନ୍ଦୁଝର(ଏସଟି) ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଅଛି । ପୂର୍ବରୁ ଜିଲାପାଳ ଆଜି ସକାଳ ୭ ଟାରୁ ସନ୍ଦ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ମତଦାନ କେନ୍ଦ୍ର ଗୁଡିକ ବଳବତ୍ତର ରଖିବାକୁ ନିର୍ଦ୍ଧେଶ ଦେଇଥିଲେ । ନିର୍ଦ୍ଧେଶନାମା ଅନୁଯାୟୀ ସମସ୍ତ ମତଦାନ କେନ୍ଦ୍ର ଗୁଡିକରେ ସୂଚାରୁରୂପେ ମତଦାନ ଅନୁଷ୍ଠିତ ହୋଇଥିଲା । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ଦ୍ୟା ୫ ଟା ପର୍ଯ୍ୟନ୍ତ ୬୧.୩୮ ପ୍ରତିଶତ ହାରରେ ମୋଟ ୧,୨୨,୮୬୪ ଜଣ ମତଦାତା ନିଜ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ସେଥି ମଧ୍ୟରୁ ୫୭,୨୯୮ ଜଣ ପୁରୁଷ ଏବଂ ୬୫,୫୬୬ ଜଣ ମହିଳା ଭୋଟରସ ଅଛନ୍ତି । ତେବେ ଆଜିକାର ମତଦାନ ସଂପୂନ୍ନ ରୂପେ ଶାନ୍ତି ଶୃଙ୍ଖଲା ର ସହିତ ସମାପ୍ତ ହୋଇଅଛି । ଆସନ୍ତା ଜୁନ ୧ ତାରଖରେ ବାକି ମୟୁରଭଞ୍ଜ ଜିଲାର ଆଠ ଗୋଟି ବିଧାନ ସଭା କ୍ଷେତ୍ର ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ ।