Photo1 For The News Of Priyadarsani

ସଂଜୀବଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ପତ୍ନୀ ପ୍ରିୟଦର୍ଶନୀ

State

ଆଗରପଡ଼ା :ଆଗରପଡ଼ା ୧୪ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବଡ଼ମହିଁଷଗୋଠ ପଂଚାୟତ ବଡ଼ମହିଁଷଗୋଠ ଗ୍ରାମର ବିଭିନ୍ନ ୱାର୍ଡ଼ରେ ଶନିବାର ଭଣ୍ଡାରିପୋଖରୀ ବିଜେଡ଼ି ବିଧାୟକ ପ୍ରାର୍ଥୀ ସଂଜୀବ ମଲ୍ଲିକଙ୍କ ପାଇଁ ତାଙ୍କ ପତ୍ନୀ ପ୍ରିୟଦର୍ଶନୀ ପ୍ରଚାର କରିଛନ୍ତି । ନବୀନବାବୁଙ୍କ ଜନହିତକର ଯୋଜନା ଯୋଗୁଁ ସେ ପୁଣି ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ତେଣୁ ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ ଅଟେ ବୋଲି ସେ କହିବା ସହ ଆଗାମୀ ନିର୍ବାଚନରେ ବିଜେଡ଼ି ଓ ତାଙ୍କ ସ୍ୱାମୀଙ୍କ ସପକ୍ଷରେ ବିପୁଳ ପରିମାଣରେ ଭୋଟ ଦେଇ ଦଳକୁ ଜୟଯୁକ୍ତ କରାଇବା ପାଇଁ ପ୍ରିୟଦର୍ଶନୀ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏଥିରେ ସ୍ଥାନୀୟ ସରପଂଚ ବିନୋଦିନୀ ମହାନ୍ତି,ସମିତିସଭ୍ୟା ପଦ୍ମାବତୀ ନାଥଶର୍ମା,ଯୁବ ନେତା ଦିପକ ମହାନ୍ତିଙ୍କ ସମେତ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଗତ ମଙ୍ଗଳବାର ବିଟିପୁର ପଂଚାୟତରୁ ପ୍ରିୟଦର୍ଶନୀ ସ୍ୱାମୀ ତଥା ବିଧାୟକ ପ୍ରାର୍ଥୀ ସଂଜୀବଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ ।