Pot

ଓଡିଶା ଭିତରକୁ ପ୍ରବେଶ କରିଛି ଆଳୁ ଟ୍ରକ, ସ୍ଥିତି ସ୍ବାଭାବିକ ହେବାକୁ ଦିନେ ଦୁଇ ଦିନ ଲାଗିପାରେ

State

ଭୁବନେଶ୍ୱର: ଦୂର ହେଉଛି ଆଳୁ ସଙ୍କଟ ।  ଗତକାଲି କିଛି ଆଳୁ ଟ୍ରକ ଓଡିଶା ଭିତରକୁ ପ୍ରବେଶ କରିଥିଲା ।  ଏବେ ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି  ।  ଏହି ଟ୍ରକ ସବୁ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ପହଁଚିବା ପରେ ଆଳୁର ଅଭାବ ରହିବ ନାହିଁ ବୋଲି ଜଣାପଡିଛି ।  ତେବେ ପରିସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ହେବା ପାଇଁ ଆହୁରି ଦୁଇ ଦିନ ଲାଗିପାରେ ବୋଲି ଅନୁମାନ କରା ଯାଉଛି ।

ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସୁନଥିବାରୁ ଗୋଟିଏ ଦିନରେ ଦର ଦଶ ଟଙ୍କା ବଢିଯାଇଥିଲା । ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ଆଳୁ ୬୦ ଟଙ୍କାର ବିକ୍ରୀ ହୋଇଛି ।  ଚଢା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ପଶ୍ଚିମବଙ୍ଗରେ ଧର୍ମଘଟ ଫଳରେ ଗତ ତିନି ଚାରିଦିନ ଧରି ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ରହିଥିଲା । ସ୍ଥିତି ସ୍ବାଭାବିକ କରିବାକୁ ମମତାଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।