Z

ଭୋଟ ଦେଇ ନବୀନ କହିଲେ-ବିଜେଡି ବଡ଼ ବିଜୟ ହାସଲ କରି ସ୍ଥିର ସରକାର ଗଠନ କରିବ

State

ଭୁବନେଶ୍ୱର : ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥ୍‌ରେ ଶନିବାର ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ମୁଖ୍ୟମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଭୋଟ ଦେବା ପରେ ନବୀନ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ବଡ ବିଜୟ ହାସଲ କରିବ । ଉଭୟ ଲୋକ ସଭା ଓ ବିଧାନସଭାରେ ଦଳ ଭଲ ପ୍ରଦର୍ଶନ କରିବ। ଓଡ଼ିଶାର ସେବା କରିବାକୁ ଆମେ ସ୍ଥିର ସରକାର ଗଠନ କରିବୁ ବୋଲି ସେ ଦମ୍ଭୋକ୍ତି ଦେଖାଇଛନ୍ତି। ଏହାସହ ଅଧିକରୁ ଅଧିକ ଯୁବ ଭୋଟର ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
ତେବେ ଭୋଟ ଦେବା ପରେ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ସବୁଠୁ ବଡ ପର୍ବ ଲେଖାଥିବା ସେଲଫି ପଏଣ୍ଟରେ ଫଟୋ ଉଠାଇ ସମସ୍ତଙ୍କୁ ଏହି ମହାନ ପର୍ବରେ ସାମିଲ ହେବାକୁ କହିଛନ୍ତି। ଏହାସହ ଭୋଟ ଦେଇ ଫେରିବା ବେଳେ ସାଧାରଣ ଲୋକଙ୍କ ସହ ସେ ସେଲଫି ନେବା ସହ ଆଲୋଚନା କରିଥିବା ଦେଖାଯାଇଛି।