2 4

‘ଓଡ଼ିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ’

Politics State

ଭୁବନେଶ୍ବର: ‘ଓଡିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ନବୀନ ଓ ତାଙ୍କ ଗୁମାସ୍ତା । ସତର୍କ ହେଇଯାଆନ୍ତୁ, ବିଜେପି ସରକାର ଆସୁଛି ।’

ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । କହିଲେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲା  ଅପରାଧିଙ୍କ ଚରାଭୂମି । ହିଂସା ଓ କ୍ଷୁଧାର ଠିକଣା ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି । ଖଲ୍ଲିକୋଟର ଜଣେ ପୁରୁଖା କର୍ମୀ ଦିଲ୍ଲୀପ ପାହାନ୍ ଙ୍କୁ ୨୦, ୩୦ ଜଣ ବିଜେଡିର ଗୁଣ୍ଡା ହତ୍ୟା କଲେ । ଖଲ୍ଲିକୋଟ ମହାରାଣୀଙ୍କ ଉଆସରେ ହତ୍ୟା ଷଡ଼ଯନ୍ତ୍ର ହୋଇଛି । ମହାରାଣୀଙ୍କ ପୁତୁରା ଏଥିରେ ସାମିଲ ରହିଛନ୍ତି । ଗଞ୍ଜାମ ପୋଲିସ ତାଙ୍କ ପାଖରେ ପହଞ୍ଚି ପାରୁନି । ଆଶିଷ ସିଂହ ସବୁ କରୁଛନ୍ତି, ସତର୍କ ହେଇଯାନ୍ତୁ, ବିଜେପି ସରକାର ଆସୁଛି । ବରିଷ୍ଠ ପୋଲିସ ଅଧିକାରୀମାନେ ହାତବାରିସୀ ସାଜିଛନ୍ତି । ଆନ୍ଧ୍ର ଡିଜିପିଙ୍କ ଅବସ୍ଥା ଯାହା ହେଲା ଏଠି ତମମାନଙ୍କ ଅବସ୍ଥା ତାହା ହେବ ।’