Onn 3

ଦୂର୍ଘଟଣା ଜନିତ ମୃତ୍ୟୁ ମାମଲାରେ ଅଭିଯୁକ୍ତ କୁ ଜେଲଦଣ୍ଡ

Crime State

ବାରିପଦା: ଆଜି ଏକ ଦୂର୍ଘଟଣା ଜନିତ ମୃତ୍ୟୁ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ବାରିପଦା ଟାଉନ ଥାନା ଅନ୍ତର୍ଗତ ଓାର୍ଡ ନମ୍ବର ୧୨ ସୁନାମୁହିଁ ଅଞ୍ଚଳର ଦୁଖିରାମ ସୋରେନ (୩୩) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୪-(କ) ଅନୁଯାୟୀ ଦେଢ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ୧୯-୧୧-୨୦୧୯ ରିଖ ରାତ୍ର ପାଖାପାଖି ୮ ଟା ସମୟରେ ସବଇନ୍ସପେକ୍ଟର ଦୟାନିଧି ଦାସ ଏବଂ ଅନ୍ୟ ପୋଲିସ ଷ୍ଟାଫ ତକତପୁର ଠାରେ ଉତ୍ତର ଓଡିଶ ବିଶ୍ୱବିଦ୍ୟାଳୟ ରାସ୍ତାରେ ଗାଡି ଚେକିଂ କରୁଥିବା ସମୟରେ ଅଭିଯୁକ୍ତ ଅନ୍ୟ ଏକ ସାଙ୍ଗ ସାଙ୍ଗରେ ବାଇକ ରେ ଆସୁଥିବାର ଦେଖି ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।

ମାତ୍ର ସିଏ ଗାଡିକୁ ନ ଅଟକାଇ ରାସ୍ତାର ଡାହାଣ ପଟ ଦେଇ ଦୃତ ଗତିରେ ପଳାଇ ଯାଉଥବା ସମୟରେ ସବଇନ୍ସପେକ୍ଟର ଦୟାନିଧି ଦାସ ଙ୍କୁ ଧକ୍କା ଦେଇଥିଲା ଫଳରେ ସିଏ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ନିଆଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏ ବାବଦରେ ବାରିପଦା ଟାଉନ ଥାନାରେ ଅନ୍ୟତମ ସବ ଇନ୍ସପେକ୍ଟର ରଞନ କୁମାର ବେହେରା ଙ୍କ ଅଭିଯୋଗକ୍ରମେ କେସ ନମ୍ବର ୩୫୩/୧୯-୧୧-୨୦୧୯ ରେ ଏକ ମାମଲା ରୁଜୁ କରିବା ସହ ଅଭି୍‌ଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୨୮ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।