Fewr

ନୂଆ ମତଦାତାଙ୍କ ମୁହଁରୁ

State

ଆଗରପଡ଼ା

Photo1

ମୋନାଲିସା ପୃଷ୍ଟି-+୩ ଶେଷ ବର୍ଷ ଛାତ୍ରୀ(କଳା)ବନ୍ତଳା,କାଦବରାଙ୍ଗ

ମନରେ ଉତ୍ସାହ ଓ ଉତ୍କଣ୍ଠା
ଚଳିତ ଥର ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ମୁଁ ମୋର ମତଦାନ ସାବ୍ୟସ୍ତ କରିବି । ଏହାକୁ ନେଇ ମୁଁ ବହୁ ଉତ୍ସାହିତ ଅଛି । ଏକ ସଚେତନ ନାଗରିକ ହିସାବରେ ବିଭିନ୍ନ ଦିଗକୁ ଆକଳନ କରି ଦକ୍ଷ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବି ।

 

Photo2

ସସ୍ମିତା ଧଳ, କମ୍ଫ୍ୟୁଟର ଡିପ୍ଲୋମା ଛାତ୍ରୀ, ଆପ୍ତିରା

ମତଦାନ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର
ଭୋଟର ତାଲିକାରେ ପ୍ରଥମ ଥର ନାମ ସାମିଲ ହୋଇଥିବାରୁ ବହୁତ ଖୁସି ଅନୁଭବ କରୁଛି । ମତଦାନ ମୋର ମୌଳିକ ଅଧିକାର । ମତଦାନ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ହୋଇଥିବାରୁ ଏହାର ସୁଯୋଗ ପ୍‌ତ୍ୟେକ ନାଗରିକ ନେବା ଉଚ୍ଚିତ । ଦେଶ ଓ ରାଜ୍ୟର ହିତରେ କାର୍ଯ୍ୟ କରିବାର ଦକ୍ଷତା ରଖୁଥିବା ପ୍ରାର୍ଥୀଙ୍କୁ ମୋର ମୂଲ୍ୟବାନ ମତ ପ୍ରଦାନ କରିବି । ଯେପରିକି ମୋର ପ୍ରଥମ ମତ ମୂଲ୍ୟହିନ ନହେବ ।

Photo3

ସୁନିତା ଭାରତୀ, କମ୍ଫ୍ୟୁଟର ଡିପ୍ଲୋମା ଛାତ୍ରୀ, କାଦବରାଙ୍ଗ

ସଚେନତ ନାଗରିକ ନିର୍ବାଚନ ସମୟରେ ସଚେତନତା ଅବଲମ୍ବନ କରିବା ଉଚିତ
ମୁଁ ପ୍ରଥମ ଥର ମୋର ଭୋଟ ଦେବି । ଭୋଟ ଦେବାକୁ ନେଇ ମୋ ମନରେ ଅନେକ ଉତ୍ସାହ ଓ ଉତ୍କଣ୍ଠା । ଭୋଟ ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ସରକାରଙ୍କ କାର୍ଯ୍ୟଶୈଳୀର ପରିଭାଷାକୁ ଲୋକାଲୋଚନକୁ ଆଣିବାର ପ୍ରୟାସ କରିଥାଏ । ଏବଂ ବିରୋଧୀ ସରକାରଙ୍କ ବିଫଳତାକୁ ପ୍ରଚାର ମାଧ୍ୟମରେ ପରିପ୍ରକାଶ କରିଥାନ୍ତି । ଏହିପରି ସ୍ଥଳେ ଜଣେ ସଚେତନ ନାଗରିକ ସଚେତନତା ଅବଳମ୍ବନ କରିବା ସହିତ କୌଣସି ରାଜନୈତିକ ଦଳର ପ୍ରଲୋଭନର ବଶବର୍ତ୍ତୀ ନହୋଇ ନିଜେ ନିଜ ମତକୁ ସାବ୍ୟସ୍ତ କରିବାର ଆବଶ୍ୟକତା ରହିଛି ।

 

Photo4

ମହେଶ୍ୱର ଓଝା, ଡିପ୍ଲୋମା ଛାତ୍ର, ଗଣିଜାଙ୍ଗ

ମତଦାନ କରିବା କୌଣସି ପରୀକ୍ଷା ଦେବା ସହ ସମାନ
ଜୀବନର ପ୍ରତିଟି ସୋପନରେ ଉର୍ତ୍ତିନ୍ନ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡିଥାଏ । ପରୀକ୍ଷା ଦେବା ପରେ ଫଳକୁ ଅପେକ୍ଷା କରିବା ବେଳେ ମନରେ ଏକ ଭିନ୍ନ ଭାବନା ସୃଷ୍ଟି ହୋଇଥାଏ । ଚଳିତ ଥର ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ମୁଁ ମୋର ମତଦାନ ସାବ୍ୟସ୍ତ କରିବାକୁ ଯାଉଥିବାରୁ ମୋ ମନରେ ସେହିପରି ଏକ ଭିନ୍ନ ଭାବନା ସୃଷ୍ଟି ହେଉଛି । ତେଣୁ ଜଣେ ସଚେତନ ନାଗରିକ ହିସାବରେ ମୋର ପ୍ରଥମ ଭୋଟ ଏକ ମଜଭୁତ ରାଷ୍ଟ୍ର ଗଠନରେ ଯେପରି ସହାୟକ ହେବ ସେଥିପାଇଁ ପ୍ରଭୂ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିବି ।