Bjd Prachar Photo1

ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବଙ୍କ ମାରାଥନ ପ୍ରଚାର

Politics State

ଆଗରପଡ଼ା :ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣଳୀ ଅନ୍ତର୍ଗତ ଆଗରପଡ଼ା ୧୪ନଂ ଜିଲ୍ଲା ପରିଷଦ ଜୋନରେ ଥିବା ୯ଗୋଟି ପଂଚାୟତ ମଧ୍ୟରୁ ଶନିବାର ଅଣିଜୋ,ଚାରିଗାଁ,ବଡ଼ମହିଁଷଗୋଠ,ବିଟିପୁର ଓ ପୁରୁଷଣ୍ଢ ପଂଚାୟତରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ମାରାଥନ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି । ଅଣିଜୋରୁ ଶ୍ରୀ ମଲ୍ଲିକ ଏକ ସୁସଜ୍ଜିତ ଖୋଲା ଗାଡିରେ ଶତାଧିକ କର୍ମୀଙ୍କ ସହ ମାରାଥନ ଆରମ୍ଭକରିଥିଲେ । ଉକ୍ତ ପ୍ରଚାରରେ ନବୀନବାବୁଙ୍କ ଜନହିତକର ଯୋଜନା ଯୋଗୁଁ ସେ ପୁଣି ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ତେଣୁ ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ ଅଟେ ବୋଲି କହିବା ସହ ଆଗାମୀ ନିର୍ବାଚନରେ ତାଙ୍କ ଦଳକୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଶ୍ରୀ ମଲ୍ଲିକ ଭୋଟ ଭିକ୍ଷା କରିଥିଲେ ।

Bjd Prachar Photo3

ଏହି ଅବସରରେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖାଯାଇଥିଲା । ଉକ୍ତ ପ୍ରଚାରରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସଭ୍ୟା ରୁନିତା ଦାସ, ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ସରପଞ୍ଚ ମାଳତୀ ଲତା ପୃଷ୍ଟି ପ୍ରମୁଖ ସାମିଲ ଥିଲେ । ସେହିପରି ଚାରିଗାଁ ଗ୍ରାମପଞ୍ଚାୟତରେ ଏହି ପ୍ରଚାରରେ ଉପରୋକ୍ତ ଅତିଥିଙ୍କ ସହ ସରପଞ୍ଚ ଗୀତିକା ଭୋଇ, ପୂର୍ବତ୍ତନ ସରପଞ୍ଚ ବନମାଳି ବେହେରା, ସମିତି ସଭ୍ୟ ଧରଣୀଧର କର, ବିଜେଡି ନେତା ଧରଣୀଧର ପୃଷ୍ଟି, ଧିରେନ୍ଦ୍ର ଭୋଳ, ପର୍ଶୁରାମ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିବା ବେଳେ ବଡମହିଁଷଗୋଠ ଗ୍ରାମପଞ୍ଚାୟତରେ ସରପଞ୍ଚ ବିନୋଦିନି ମହାନ୍ତି, ପଦ୍ମାବତୀ ନାଥ ଶର୍ମା, ବିଜେଡି ନେତା କାହ୍ନୁଦାସ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି,ଯୁବ ନେତା ଦୀପକ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ବିଟିପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ସୁଭଦ୍ରା ସିଂହ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା, ବିଜେଡି ନେତା ଅଶୋକ ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିବା ବେଳେ ପୁରୁଷଣ୍ଢ ଗ୍ରାମପଞ୍ଚାୟତରୁ ସରପଞ୍ଚ ପ୍ରକାଶ ବିଶ୍ୱାଳ, ଜିଲ୍ଲା ବିଜେଡି ସମ୍ପାଦକ ଜୈନୁଲ ଆବେଦିନ, ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଦ୍ୟୁମ୍ନ ପୁହାଣ, ବିଜେଡି ନେତା ରାମଚନ୍ଦ୍ର ନାୟକ, ବ୍ଲକ ଯୁବ ଉପସଭାପତି ସୁରେଶ ପୃଷ୍ଟି, ସମିତି ସଭ୍ୟା ସୁଶୀଳା ଜେନା ପ୍ରମୁଖ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ôଥନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ ।