Onn 3

ତାମଳବନ୍ଧ ବାଲିଘାଟରେ ରାଇର ତହସିଲ ତରଫରୁ ୧୪୪ ଧାରା ଜାରୀ

State

ବାରିପଦା: ଦିନକୁ ଦିନ ବିଭିନ୍ନ ବାଲିଘାଟରୁ ବାଲି ଚୋରୀ ବୃଦ୍ଧି ପାଉଛି । ଏଥିପାଇଁ ପ୍ରଶାସନ ତରଫରୁ ବେଆଇନ ବାଲି ଚୋରାଚାଲାଣ ନେଇ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ବ୍ୟାପକ ପଦକ୍ଷେପ ନେଇଛନ୍ତି । ରାଇରଙ୍ଗପୁର ତହସିଲ ଅଧିନସ୍ଥ ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ବାଲିଘାଟ ମୌଜା ଖାତା ନମ୍ବର ୨୨୫,ପ୍ଳଟ ନମ୍ବର ୧୦୭୦ କିସମ ନଦୀ,ପ୍ଲଟ ନମ୍ବର ୧୦୭୧ ଉପରେ ଉପଜିଲ୍ଲାପାଳ ବାମନଘାଟୀ ପତ୍ର ସଂଖ୍ୟା ୨୭୪ ତା ୨୩/୬/୨୦୨୩ ନିର୍ଦେଶ ମୁତାବକ ମୌଜା ତାମଳବନ୍ଧ ବାଲିଘାଟରେ‌ ୧୪୪ ଧାରା ଆଜି ଠାରୁ ଲାଗୁ କରିଛନ୍ତି । ଏଥିପାଇଁ ଆଜି ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ,ରେଭିନ୍ଯୁ ସୁପରଭାଇଜର ନିହାର ରଞ୍ଜନ ପାତ୍ର ,ଆରଆଇ ରଂଜନ କୁମାର ମହାନ୍ତ, ଏବଂ ଟାଉନ ପୋଲିସ ସେଠାରେ ଅଂଚଳ ଚିହ୍ନଟ କରିଛନ୍ତି ।

ତଦସହ ତହସିଲ ପ୍ରଶାସନ ତରଫରୁ ସର୍ବ ସାଧାରଣରେ ଏବଂ ତାମଳଵନ୍ଧ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଦ୍ବାରା ୧୪୪ ଲାଗୁ ଉପରେ ସଚେତନତା ବାର୍ତ୍ତା ଜଣାଇ ଦିଆଯାଇଛି । ଯେଉଁ ବ୍ୟକ୍ତି ବିଶେଷ ତଥା ସଂସ୍ଥା ଏହି ଆଇନର ଅମାନ୍ୟ କରନ୍ତି ତେବେ ଓଡ଼ିଶା ସରକାରଙ୍କ ସମ୍ପତ୍ତି ବେଆଇନ ପ୍ରବେଶ ନିଷେଧ ଧାରା ଓ ଫୌଜଦାରୀ ସମ୍ପର୍କିତ ମାମଲାରେ ଦଣ୍ଡିତ ହେବେ ବୋଲି ସୂଚନା ଜଣାଇ ଦିଆଯାଇଛି ।ଖବର ପାଇ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି ।