Bijay

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ରଙ୍କ ସହ ସାରଦା ଓ ରାକେଶ

Politics State

ଭୁବନେଶ୍ବର: ବିଜେପିରୁ ବହିଷ୍କୃତ ହେଲେ ତିନି ବରିଷ୍ଠ ନେତା । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିବା ସୂଚନା ରହିଛି ।

ବିଜେପି ଟିକେଟ୍ ନଦେବାରୁ ମାହାଙ୍ଗାରୁ ଶାରଦା ପ୍ରଧାନ ଓ ସୋରରୁ ରାକେଶ ମଲ୍ଲିକ ଉଭୟ ସ୍ବାଧୀନ ଭାବେ ନାମାଙ୍କନ କରିଛନ୍ତି । ସେହିପରି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡି ଟିକେଟରେ ଲଢୁଛନ୍ତି ।

ବହିଷ୍କୃତ ହେବା ପରେ ବିଜୟ ମହାପାତ୍ର କହିଛନ୍ତି ଯେ, ମୁଁ ବିଗତ ୭ ବର୍ଷ ଧରି ଦଳରେ ନଥିଲି । ତେଣୁ ବହିଷ୍କୃତ ଆଉ କଣ ହେବି ବୋଲି କହିଛନ୍ତି ବିଜୟ ।