E5887dae A847 465f 90b8 4dd217425d12 750x430

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି କର୍ମୀ

State

ବୀରମହାରାଜପୁର: ଓଡ଼ିଶାରେ ସାଧାରଣ ନିର୍ବାଚନର ଦ୍ବତୀୟ ପର୍ଯ୍ୟାୟ ପାଇଁ ମତଦାନ ତାରିଖର ୪ ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ବିଜେଡିକୁ ଆଉ ଏକ ଧକ୍କା ଲାଗିଛି। ଉଲୁଣ୍ଡା ବ୍ଲକର କାଦୋଦର ଗାଁରେ ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ’ବିକଶିତ ଭାରତ’ କାର୍ଯ୍ୟକ୍ରମ ଓ ଚଳିତ ନିର୍ବାଚନରେ ବୀରମହାରାଜପୁରରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ବିଜେଡି କର୍ମୀମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଚଳିତ ନିର୍ବାଚନରେ ବିଜେପିକୁ ବିପୁଳ ମତ ଦେବା ପାଇଁ ନୂଆ କର୍ମୀମାନେ ସଂକଳ୍ପ ନେଇଛନ୍ତି।
ବିଜେପିର ମିଶ୍ରଣ ପର୍ବରେ ପଦ୍ମନ ବଡ଼ମାଳୀ, ସଦାନନ୍ଦ ଦେହୁରୀ, ପ୍ରଭାତ କୁମାର ବଡ଼ମାଳୀ, ବାଞ୍ଛା ମିସ୍ତ୍ରୀ, ପ୍ରଥମ ମିସ୍ତ୍ରୀ, ପ୍ରହ୍ଲାଦ ବଡ଼ମାଳୀ, ସର୍ବେଶ୍ବର ବଡ଼ମାଳୀ, ସରୋଜ କୁମାର ବଡ଼ମାଳୀ, କିଶୋର ବଡ଼ମାଳୀ, ସଚ୍ଚିଦାନନ୍ଦ ବଡ଼ମାଳୀ, ସୀତାକାନ୍ତ ପଧାନ, ଶ୍ୟାମସୁନ୍ଦର ସେଠୀ, ଭବତୋଷ ବଡ଼ମାଳୀ, ପିଣ୍ଟୁ ବଡ଼ମାଳୀ, ସୁବଳ ବଡ଼ମାଳୀ, ବାଦଲ ଦେହୁରୀ, ରଘୁ ମଡ଼ମାଳୀ, ଗୌର ମହାକୁର, ଲଲିତ ମହାକୁର, ଦିଲୀପ ମହାକୁର, ସୁଦୀପ ବେହେରାମାଳୀ, ବିମ୍ବାଧର କର୍ଣ୍ଣ, ଆଦିକନ୍ଦ ଦେହୁରୀ, ଶମ୍ଭୁ ଦେହୁରୀ, ଶୁଭ ଦେହୁରୀ, ବିଦ୍ୟାଧର କର୍ଣ୍ଣ, ନାରାୟଣ ବଡ଼ମାଳୀ, ସରଣ ପାଣ୍ଡେ, ମଣ୍ଟୁ ଦେହୁରୀ, ବଜରଂଗ ଦେହୁରୀ, ଗୌତମ ବେହେରାମାଳୀ, ଲେହେରୁ ମହାକୁର, ବିମଳ ମଲ୍ଲିକ, ବାବୁଲାଲ ବଡ଼ମାଳୀ, ଭାରତ ଦେହୁରୀ, ବ‌ିଘ୍ନେଶ୍ବର ଦେହୁରୀ, ରାଜେଶ ପଧାନ, କଇଁନ୍ତୁ କର୍ମୀ, ବେହେରା ସେଠୀ, କ୍ଷେତ୍ର ସେଠୀ, ଗଜେନ୍ଦ୍ର ବେହେରାମାଳୀ, ବୁଲୁ ବଡ଼ମାଳୀ, ଜଗନ୍ନାଥ ବଡ଼ମାଳୀ, ଗୌରାଙ୍ଗ ବଡ଼ମାଳୀ, ବିନୟ ମିସ୍ତ୍ରୀ, ପ୍ରଦୀପ ମଲ୍ଲିକ, ବିମ୍ବାଧର କର୍ଣ୍ଣ ପ୍ରମୁଖ ସାମିଲ ହୋଇଥିଲେ।
ଉମା ଦେବୀ ମନ୍ଦିର ନିକଟରେ ଆୟୋଜିତ ସମାରୋହରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉଷା କୁମାରୀ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ରାଧାକାନ୍ତ ମହାକୁର, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ରାଧାକାନ୍ତ ପଣ୍ଡା ଓ ସୋସିଆଲ ମିଡିଆ ସଂଯୋଜକ ରଶ୍ମି ଷଡ଼ଙ୍ଗୀ ଉପସ୍ଥିତ ଥିଲେ।