D38f4ff4 D971 47d8 99e5 9515bbbec304 750x430

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା: ୫ ଜଣଙ୍କର ମୃତ୍ୟୁ

State

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସିରିଜ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ମିଳି ନାହିଁ।
ସୂଚନା ଅନୁସାରେ କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ଦୁର୍ଘଟଣା ଘଟିଛି। ଟ୍ରକ୍-କାର୍-ଟ୍ରକ୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ‌ହୋଇଛି।
ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।