Image 1715785401

ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’

State

ଭୁବନେଶ୍ବର: ଭୋଟରଙ୍କ ସୁବିଧା ପାଇଁ ଉନ୍ମୋଚିତ ହୋଇଛି ‘ମୋ ବୁଥ୍ ଆପ୍’। ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହାକୁ ଉନ୍ମୋଚନ କରିଛନ୍ତି।
ସହରାଞ୍ଚଳ ଭୋଟରଙ୍କୁ ସଚେତନ କରାଯିବା ଉଦ୍ଦେଶ୍ୟରେ ’ମୋ ବୁଥ୍ ଆପ୍’ ଗଠନ କରାଯାଇଛି। ଏହି ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ। ମତଦାତା ମାନେ ବୁଥର ନାଁ ଓ ଏହାର ଅବସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ପାଇପାରିବେ। ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସମୟ, ମକ୍ ପୋଲ୍ ଓ ମତଦାନର ସଦ୍ୟ ସ୍ଥିତି ସହ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ଓ ବୁଥରୁ ପୋଲିଂ ପାର୍ଟିର ପ୍ରସ୍ଥାନ ସମ୍ପର୍କରେ ସୂଚନା ଦେବେ।
ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି। ନବରଙ୍ଗପୁରରେ ସବୁଠୁ ଅଧିକ ଓ ବ୍ରହ୍ମପୁରରେ ସବୁଠୁ କମ୍ ମତଦାନ ହୋଇଛି।