+

ଜିଲ୍ଲା ଶିକ୍ଷକ ଭବନର ହେବ ନବକଳେବର, ଶିଳାନ୍ୟାସ କଲେ ନଗରପାଳ

State

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୪ ନଂ ୱାର୍ଡର ଲାଲବଜାର ସ୍ଥିତ ଶିକ୍ଷକ ଭବନ ସ୍ଥାନରେ ନୂତନ ଭବନ ନିର୍ମାଣ ଅବସରରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଶିଳାନ୍ୟାସ କରିବା ସହ ଭୂମିପୂଜନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ I ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଣ୍ଠିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ବୋଲି ନଗରପାଳ ପ୍ରକାଶ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟା ଅତିଥି ଭାବେ ଉପ ନଗରପାଳ ସୀମା ଦାସ, ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ, ସ୍ଥାନୀୟ କାଉନସିଲର ଶିଖା ସ୍ୱାଇଁଙ୍କ ସମେତ ଶତାଧିକ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ I ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ତଥା ନଗରପାଳଙ୍କ ଉଦ୍ୟମ ପାଇଁ ଜିଲ୍ଲା ଶିକ୍ଷକ ସମାଜ ତରଫରୁ କୃତଂଜ୍ଞତା ଜଣାଇଥିଲେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ବିମଳ କୁମାର ଆଚାର୍ଯ୍ୟ I ଶିକ୍ଷକ ମାନଙ୍କର ବହୁ ଦିନର ଆଶା ପୂରଣ ହେବାକୁ ଯାଉଅଛି ବୋଲି ବରିଷ୍ଠ ଶିକ୍ଷକ ନେତା ଶମ୍ଭୁନାଥ ପାଣି ପ୍ରକାଶ କରିଛନ୍ତି I ଆଗାମୀ ଦିନରେ ଏହି ଭବନ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ମାନଙ୍କ ପାଇଁ ସହାୟକ ହେବ ଜାଣି ଜିଲ୍ଲାରେ ଶିକ୍ଷକ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିଲା I ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନେତା ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ସୋମନାଥ ସିଂହ, ହରେକୃଷ୍ଣ ବାରିକ, ଗଦାଧର ନାୟକ, ଛବିଲତା ବାରିକ, ଯାମିନୀକାନ୍ତ ପଣ୍ଡା, ପ୍ରଦୀପ କୁମାର ନାଥ, ସିଦ୍ଧେଶ୍ୱର ମିଶ୍ର, ଶିବ ନାରାୟଣ ମହାନ୍ତ, ସୂର୍ଯ୍ୟ ସେଠି, ଗୌର ଗୋପାଳ ଲେଙ୍କା, ଶୀତଲ ବେହେରା, ଦିଲ୍ଲୀପ ପାତ୍ର, ବନୋଜିନି ମିଶ୍ର, ରାକେଶ ପ୍ରଧାନ, ବେଣୁଗୋପାଳ ମହାନ୍ତ, ବଳରାମ ନାଥ, ଶିବଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଅବସରପ୍ରାପ୍ତ ବର୍ଷିଆନ ଶିକ୍ଷକ ନେତା ଈଶ୍ବର ଚନ୍ଦ୍ର ଷଢଙ୍ଗୀ, ପ୍ରଶାନ୍ତ ଦାସ, ଗଣେଶ୍ଵର ପଣ୍ଡାଙ୍କୁ ମୁଖ୍ୟ ଅତିଥିଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା I