Onn 3

ଆସନ୍ତା ୬ ତାରିଖରେ ଭଞ୍ଜସେନାର ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ମୟୁରଭଞ୍ଜ ବନ୍ଦ ଡାକରା

State

ବାରିପଦା: ଆସନ୍ତା ୬ ତାରିଖ ଶିମିଳିପାଳ ର ଉପଯୁକ୍ତ ସୁରକ୍ଷା ଓ ଉନ୍ନତିମୂଳକ ପଦକ୍ଷେପ ଦାବି ରେ ଜିଲ୍ଲା ର ଏକ ମାତ୍ର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି l ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ବନ୍ଦ କୁ ଯେଭଳି ଭାବେ ସଫଳ କରାଯିବ ତାକୁ ନେଇ ଆଜି ବାରିପଦା ଠାରେ ଭଞ୍ଜସେନା ର ନେତୃମଣ୍ଡଳୀ ମାନଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉପାୟରେ ସଂଗଠନ ର ନେତୃମଣ୍ଡଳୀ ଏବଂ କର୍ମକର୍ତ୍ତା ମାନେ ଅତ୍ୟାବଶ୍ୟକୀୟ ତଥା ଜରୁରୀକାଳୀନ ସେବା କୁ ଛାଡ଼ି ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନ , ବସ୍ ଟ୍ରକ୍ ସେବା ମାନଙ୍କରେ ପିକେଟିଂ ନିଷ୍ପତ୍ତି ଆଲୋଚନା କରିବା ସହ ସମସ୍ତ ମୟୂରଭଞ୍ଜ ପ୍ରେମୀ ଓ ଶିମିଳିପାଳ ପ୍ରେମୀ ମାନଙ୍କୁ ଏହି ବନ୍ଦ୍ କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ବୈଠକ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି ଙ୍କ ନେତୃତ୍ୱ ରେ ହୋଇ ଥିଲା,ଏଥିରେ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଓବିସି ସେଲ୍ ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ୍, ଯୁବ ସଭାପତି ସୌମ୍ୟରଞ୍ଜନ ମିଶ୍ର, ଉପସଭାପତି ରାକେଶ ମହାନ୍ତି, ସାଫଲ୍ୟ ମିଶ୍ର, ପ୍ରଶାନ୍ତ ମହାକୁଡ, ଯୁବ ଛାତ୍ର ସଂଯୋଜକ ଏସ୍ କେ ରାଜା ଖାନ,ଛାତ୍ର ସଭାପତି ପ୍ରିତମ୍ ପଣ୍ଡା, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଂଜନ ପୃଷ୍ଟି, ବାରିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସିଂରାୟ ହେମ୍ବ୍ରମ୍, ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ, ଛାତ୍ର ନେତା ଅମିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ l