Student Ragging Nilagiri

ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ, ଅଭିଯୋଗ ପରେ ବୈଠକ କଲେ ପ୍ରଧାନଶିକ୍ଷକ

State

ବାଲେଶ୍ବର: ଝାଡୁ ମରାକୁ ନେଇ ଛାତ୍ରଙ୍କୁ ଆକ୍ରମଣ । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କଲେ ଦଶମ ଶ୍ରେଣୀ ଛାତ୍ର ।  ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ପଂଚାୟତର ବଣଭୂଇଁ ଆଶ୍ରମ ସ୍କୁଲରୁ ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁଯାୟୀ, ସ୍କୁଲର ଦଶମ ଶ୍ରେଣୀ ଛାତ୍ରମାନେ ଜୁନିଅର ମାନଙ୍କୁ ଘର ଝାଡୁ କରିବାକୁ ବାଧ୍ୟ କରିଥିଲେ ।

ହେଲେ ପିଲାମାନେ  ଝାଡୁ ନକରିବାରୁ ଦଶମ ଶ୍ରେଣୀ ଛାତ୍ର ସେମାନଙ୍କୁ ବାଡିରେ ଆକ୍ରମଣ କରିଥିଲେ । ଜୁନିଅର ମାନେ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଅଭିଭାବକ ଡାକି ବୈଠକ କରାଯାଇଥିଲା ।  ପରେ ଜନ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।