Beginning May 13 Elections To The 147 Seats In Th 1712677816915 750x430

ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ

State

ଭଞ୍ଜନଗର : ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ । ତିଲିସିଙ୍ଗା ଗାଁରେ ବିଜେପି ଓ ବିଜେଡି ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦଳ ହାତାହାତି ସମୟରେ ବିଜେଡି କର୍ମୀଙ୍କ ଆକ୍ରମଣରେ କିଛି ବିଜେପି କର୍ମୀ ଆହତ ହୋଇଛନ୍ତି । ତେବେ ଏନେଇ ଅଧିକ ସୂଚନା ମିଳିନାହିଁ ।

ଆଜି ଭୋଟ ଦେଉଛି  ଓଡିଶା । ରାଜ୍ୟର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ ଦାନ । ଦିନ ୩ଟା ସୁଦ୍ଧା ମୋଟ୍ ୫୨.୯୧ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅଧିନସ୍ଥ ୨୮ ଟି ବିଧାନସଭା ଆସନରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଯାହା ସନ୍ଧ୍ୟା ୬ଟା ଯାଏଁ ଗ୍ରହଣ କରାଯିବ । ତେବେ ମାଓ ଇଲାକାରେ ଏହା ଦିନ ୪ଟା ଯାଏଁ ଚାଲିବ । ଏଥିପାଇଁ ମୋଟ ୭୩୦୩ଟି ମତଦାନ କେନ୍ଦ୍ର କରାଯାଇଛି । ତେବେ ପ୍ରଥମେ ପ୍ରଥମେ ଭୋଟିଂ ସୁରୁଖୁରୁରେ ଚାଲୁଥିବା ସମୟରେ ତାହା ପରେ ଅନେକ ସ୍ଥନରେ ଅସନ୍ତୋଷ ଦେଖାଦେଇଥିଲା ।