Jhari Gaon

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ

State

ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ । ଝରିଗାଁ ବ୍ଲକ ଦେଉଳକଣା ଗାଁ ର ବୁଥ ନମ୍ବର 204 ରେ ବୁଥ କେପଚରିଂ ହଉଥିବା ଖବର ପାଇ ବୁଥ କୁ ଯାଇଥିବାବେଳେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ପ୍ରାଥି ନରସିଂ ଭତ୍ରା । ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମାଡ଼ ମାରିବା ଅଭିଯୋଗ  କରିଛନ୍ତି । ଏଥିସହ ତାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିବା ଝରିଗାଁ ଥାନାରେ ଏତଲା ଦେଇଛନ୍ତି । ଏକ ନିର୍ଦ୍ଧିଷ୍ଟ ଦଳର କର୍ମୀ ତାଙ୍କୁ ମାରିଥିବା ଅଭିଯୋଗ କରିଛନ୍ତି ନରସିଂହ ଭତ୍ରା । ତୁରନ୍ତ ଦିର୍ବୁତ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।