Untitled 2 750x430

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

State

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର । ଓଡିଶାରେ ଆଜି ତାଙ୍କର ଦ୍ଵିତୀୟ ଦିନ ଥିବାବେଳେ ସେ ଆଜି କଟକ ଗସ୍ତରେ ଅଛନ୍ତି । କଟକରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ଏସ. ଜୟଶଙ୍କର । ଏହି ପରିପ୍ରେକ୍ଷୀରେ ଏସ. ଜୟଶଙ୍କର କହିଛନ୍ତି ଯେ, କଶିତ ଭାରତ ପାଇଁ ଆମକୁ ବିଶ୍ବବନ୍ଧୁ ହେବା ନିହାତି ଜରୁରୀ। ୧୦ ବର୍ଷରେ ଭାରତର ଭିତ୍ତିଭୂମି ଦୃଢ଼ ହୋଇଛି। ଏହି ଆଧାରରେ ଆଗାମୀ ୨୫ ବର୍ଷର ଯାତ୍ରା ସ୍ଥିର କରିବୁ ବୋଲି କହିଛନ୍ତି ଏସ. ଜୟଶଙ୍କର ।

ଏସ. ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଆଜି ଏପରି ଏକ ଦେଶ ଯେଉଁଠି ସମସ୍ତେ ନିବେଶ କରିବାକୁ ଉଚ୍ଛୁକ । ବିଦେଶ ନୀତି ସଫଳ ହେଲେ ଦେଶର ଛବି ଦୁନିଆରେ ପ୍ରତିଫଳିତ ହୁଏ ବୋଲି କହିଛନ୍ତି ଜୟଶଙ୍କର । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡରେ ପ୍ରଭାବିତ ସତ୍ତ୍ବେ ଆମ ଅର୍ଥନୀତି ଟ୍ରାକକୁ ଫେରିଲା । ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମ ଇମେଜ ଥିଲା । ବର୍ତ୍ତମାନ କିନ୍ତୁ ସ୍ଥିତି ବଦଳିଛି ବୋଲି କହିଛନ୍ତି ଏସ. ଜୟଶଙ୍କର ।