Hand Dead Victim Woman Covered 600nw 2193737127

ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ

Crime State

ଯାଜପୁର: ବିଦ୍ୟୁତ୍‌ ଆଘାତରେ ବାପାପୁଅ ମୃତ । ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।ଘରେ ବାପପୁଅ ବିଦ୍ୟୁତ୍‌ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଏଥିରେ ବାପାପୁଅ ଙ୍କର ମୃତ୍ୟୁ ହୋଇଥିବା ବେଳେ  ମା’ ଗୁରୁତର ।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ପ୍ରଥମେ ପୁଅ ଆଶୁ ମଣ୍ଡଳଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ପୁଅକୁ ବଞ୍ଚାଇବାକୁ ବାପା ମା’ ଉଦ୍ୟମ କରିଥିଲେ। ଫଳରେ ବାପା ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ଆହତ ହୋଇଛନ୍ତି । ସେପଟେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।