ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ଗୋପିନାଥପୁର କ୍ଲଷ୍ଟର ଅନ୍ତର୍ଗତ କାଣ୍ଡବା ନୋଡ଼ାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ବିତରଣୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଉଦ୍ଗାତାଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ରବିନ୍ଦ୍ର ଆଇଚଙ୍କ ମଂଚ ପରିଚାଳନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ,ମୁଖ୍ୟ ବକ୍ତା ପ୍ରାକ୍ତନ ବଉଳା କଲେଜ ଅଧ୍ୟକ୍ଷ ଶିବଚରଣ ଖାମୁରାଇ,ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ସରପଂଚ ସବିତାରାଣୀ ନାୟକ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ନାୟକ,ଓଲଷ୍ଟା ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରଣୟ ସିଂହ,ପ୍ରାକ୍ତନ ସିଆସିସି ହରେକୃଷ୍ଣ ସାହୁ, ବିକ୍ରମ କେଶରୀ ପାଳ, ସିଆରସିସି ପ୍ରଫୁଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ରେବତୀ ଦାସ ସ୍ୱାଗତ ଭାଷଣ,ଶିକ୍ଷକ ସୁଧାଂଶୁ ଶେଖର ଜେନା ଅତିଥି ପରିଚୟ,ପ୍ରଧାନଶିକ୍ଷୟିତ୍ରୀ ପଙ୍କଜିନୀ ଶତପଥି ବାର୍ଷିକ ବିବରଣୀ ପାଠ ଓ ଶିକ୍ଷୟିତ୍ରୀ ରିତାରାଣୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ବୈଜୟନ୍ତୀ ଦାଶ, ସୁଜାତା ଖମାରୀ, କୁମୁଦିନୀ ବାରିକ, ଅଭିରାମ ଜେନା ଓ ସଂଜୀବ ଶତପଥୀ ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ପରେ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏବଂ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
