Fsd

ଗୃହ ଭିତରୁ ନବ ବିହାହିତା ମହିଳାଙ୍କ ମୃତଦେହ ଉଦ୍ଧାର; ପରିବାର ତରଫରୁ ହତ୍ୟା ଅଭିଯୋଗ

Crime State

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କୁଲଗି ଗାଁ ର ସ୍କୁଲ ନିକଟସ୍ଥ ଏକ ଘରୁ ରୁ ସୋମବାର ପୂର୍ବାହ୍ନ ସମୟ ରେ ଏକ ଉକ୍ତ ଗାଁ ର ଖେଲାରାମ ଟୁଡୁ ପତ୍ନୀ ଗଙ୍ଗା ଟୁଡୁ ଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାରକରିଛି । । ମୃତକ ଶବର ମର ଶରୀରରେ ସାୟା ଶାଢି ବ୍ଲାଉଜ ପାଖରେ ପଡିଥିବା ଦେଖିବା ସହିତ ଘଟଣା ସ୍ଥଳରେ ଏଣେ ତେଣେ କଣ୍ଡମ ପଡିଥିବାର ଦେଖିବାକୁ ମିଳିଥିଲା । ଶରୀରରେ ଅନେକ କ୍ଷତବିକ୍ଷତ ଚିହ୍ନ ମଧ୍ଯ ଜଳ ଜଳ ଦେଖା ଯାଉଥିଲା । ତେବେ ଏ ନେଇ ପରିବାର ଲୋକେ ମହିଳାର ବାପ ଘରକୁ ଖବର କୁ ଦିଆଯାଇଥିଲା ।ଝିଅର ବାପଘର ଲୋକେ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରା ଯାଇଥିବା ଲିଖିତ ଅଭି‌ଯୋଗ କରିଛନ୍ତି ।ତେବେ ଦୁଷ୍କର୍ମ ନା ହତ୍ଯା ତାହା ମାଇନା ପରେ ଜଣାପଡିବ ବୋଲି ବହଳଦା ପୋଲିସ ପ୍ରକାଶ କରିଛି । ଯଦି ହତ୍ଯା କରାଯାଇଛି ତେବେ ଖୁବଶୀଘ୍ର ହତ୍ଯାକାରୀ ମାନଙ୍କୁ ଧରିବା ପାଇଁ ପୋଲିସ ପାଖରେ ଦାବି କରିଛନ୍ତି । ପୋଲିସ ଏକ କେଶ ମାମଲା ୫୧/୨୪ ରୁଜୁ କରିଛି ତେବେ ରାଇରଙ୍ଗପୁର ଏସ୍ ଡି ପିଓ ନିର୍ଦ୍ଦେଶ କ୍ରମେ ସୋମବାର ରାତି ପ୍ରାୟ ଆଠ ଘଟିକା ସମୟରେ ଘଟଣା ସ୍ଥଳରୁ ଶବ କୁ ଉଦ୍ଧାର କରି ମାଇନା ପାଇଁ ରାଇରଙ୍ଗପୁର ଡାକ୍ତର ଖାନାକୁ ପଠାଯାଇଥିଲା । ମଙ୍ଗଳବାର ଦିନ ଶବ ବ୍ୟବଚ୍ଛେଦ କରାଯାଇଛି ।ଷ୍ଵ ବ୍ୟବଛେଦ ରିପୋର୍ଟ ଆସିଲେ ବହୁ ଚର୍ଚ୍ଚିତ ଗଙ୍ଗା ଟୁଡୁ ମୃତ୍ୟୁର ଅସଲି ତଥ୍ୟ ପଦାକୁ ଆସିବ ।ଗଙ୍ଗା ଟୁଡୁ ୫ ବର୍ଷ ହେଲା ବାହା ହୋଇଥିଲେ ତାଙ୍କର ୪ ବର୍ଷର ଗୋଟିଏ ଝିଅ ଅଛି ।ଗଙ୍ଗା ର ମୃତ୍ୟୁରେ ଗାଁ ରେ ଶୋକରେ ଛାୟା ଖେଳିଯାଇଛି ।‌