Img 20240423 Wa0248

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ

State

ବାରିପଦା: ନିର୍ବାଚନ ବିଗୁଲ ବାଜିବା ପରେ ସବୁ ଦଳର କାର୍ଯ୍ୟଧାରା ଆଗକୁ ବଢି ଚାଲିଛି ।ନିଜର ସୁବିଧା ହାସଲ ପାଇଁ ସମସ୍ତେ ଦଳ ବଦଳରେ ମାତିଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର କରିବା ସହିତ କର୍ମକର୍ତ୍ତା ମାନଙ୍କୁ ନିଜ ଦଳ ଆଡକୁ ଟାଣିବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି । ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚା ପ୍ରଦେଶ କମିଟି କାର୍ଯ୍ଯାଳରେ ମୋଟ ବିଧିବଧ ଭାବେ ୪୧ ଜଣ କର୍ମକର୍ତ୍ତା ନୂତନ ଭାବେ ଦଳର ସଦସ୍ୟତା ଗ୍ରହଣ କରିଥିଲେ । ଆଜିର ମିଶ୍ରଣ ପର୍ବ ରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୨୯ ଜଣ , ଚମ୍ପୁଆ ନିର୍ବାଚନ ମଣ୍ଡଳୀର ୭ଜଣ ଓ ଯଶିପୁର ନିର୍ବାଚନ ମଣ୍ଡଳୀର ୬ ଜଣ ସାମିଲ ହୋଇଥିଲେ । ରାଜ୍ଯ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ସାଂଗଠନିକ ସଚିବ ପ୍ରକାଶ କରିଜନ୍ତି କି ଚଳିତ ଏପ୍ରିଲ ମାସ ସୁଧା ଏକ ହଜାରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସାମିଲ ହେବାର ଯୋଜନା ଚୁକ୍ତିଭିତ୍ତିକ ପ୍ରକ୍ରିୟା ସମାପ୍ତ ଘଟିଛି ବାକି ରହିଛି ସାମିଲ ହେବାର । ଆଜିର ମିଶ୍ରଣ ପର୍ବ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନିଲ ମାଝୀ କର୍ମକର୍ତ୍ତାଙ୍କୁ ପୁଷ୍ପ ଓ ଦଳର ଉତ୍ତରୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ପଶ୍ଚିମ ମୟୂରଭଞ୍ଜ ଉପସଭାପତି ମଦନ ମାର୍ଣ୍ଣି , ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ ଉପସ୍ଥିତ ରହି ନିର୍ବାଚନ ର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ।