Img 20240423 Wa0236

ସାରସକଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀଙ୍କୁ ବଦଳି ପାଇଁ  ଜାତୀୟ ଓ ରାଜ୍ୟ ସଭାପତିଙ୍କୁ ଲିଖିତ ଅଭିଯୋଗ 

Politics State
ବାରିପଦା: କଂଗ୍ରେସ କନ୍ଦଳ ଉଠୁଛି ପଡୁଛି ।ସଂଗଠନର ନାଁ ଧରି ନ ଥିବା ବ୍ୟକ୍ତିଙ୍କ ମୁଣ୍ଡରେ କଂଗ୍ରେସର ସୁନା କଳସ । ଯାହାକୁ ନେଇ ମୂଳ ଡ୍ରେସ୍ କର୍ମିଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଆଶାୟୀଙ୍କ ତରଫରୁ ଅନଲାଇନ ମାଧ୍ୟମରେ ଆଶାୟୀ ପ୍ରାର୍ଥୀ ମାନଙ୍କ ଆବେଦନ ଗ୍ରହଣ କରାଯାଇଥିଲା ।ଚଳାଚଳ ଥର କଂଗ୍ରେସ ଟିକେଟ ହାତେଇଛନ୍ତି ଯୁବ ଚେହେରା ରାମ କୁମାର ସୋରେନ । ଯାହାଙ୍କୁ ଜଳୀୟ କର୍ମିମାନେ ଚିହ୍ନି ନାହାନ୍ତି ।ତଳ ସ୍ତରରୁ କର୍ମୀମାନଙ୍କ ମତାମତ ନେଇ କଂଗ୍ରେସ ଟିକେଟ ଦିଆ ଯାଇଥିଲେ  ଆପତ୍ତି ନ ଥାନ୍ତା ।ଇତି ମଧ୍ୟରେ ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା,ବି ଶୋଇ ଏବଂ ଵିଜାତଳା ବ୍ଳକ କଂଗ୍ରେସ ତରଫରୁ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବେରେଲ ସିର୍କାଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସେମାନେ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ରାଜ୍ୟ ସଭାପତି ଶରତ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେ ତୃଣ ମୂଳ ସ୍ତରର କର୍ମୀମାନଙ୍କ ସହ ଆଲୋଚନା କରାଯାଇ ଉଚିତ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରାଗଲେ ସମସ୍ତେ ଏକାଠି ହୋଇ କଂଗ୍ରେସ ପାଇଁ ନିର୍ବାଚନରେ ସହଯୋଗ କରିବେ । ତେଣୁ ସପ୍ତାହ ମଧ୍ୟରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ।ସୂଚନାଯୋଗ୍ୟେ କି ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାତୀୟ କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ  ରଙ୍ଗଲାଲ୍ ଧରମଶାଳା  ପରିସରରେ ରବିବାର ସଂଧ୍ୟାରେ ବରିଷ୍ଠ  କଂଗ୍ରେସ ନେତୃମଣ୍ଡଳୀଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା  । କଂଗ୍ରେସର ପୂର୍ବତନ ବିଧାୟକ ଶ୍ୟାମଚରଣ ହାଂସଦାଃଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚଳିତ ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ବିଧାନସଭା ପ୍ରାର୍ଥୀ ଯୋଗେନ୍ଦ୍ର ବାନରାଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ଯେ ପ୍ରାର୍ଥୀ ଶ୍ରୀଯୁକ୍ତ ବାନରା ଗତ ୧ ବର୍ଷ ଧରି ସେ ଦଳର କୌଣସି ବୈଠକ କିମ୍ବା କାର୍ଯ୍ୟରେ ସ ଯୋଗ ଦେଉନଥିଲେ କିମ୍ବା ଦଳର କୌଣସି କର୍ମୀଙ୍କ ସହିତ ତାଙ୍କର ସୁସମ୍ପର୍କ ନାହିଁ ।ଏହା ବ୍ୟତିତ ସେ ସିସୋର୍ ଭଳି ଚିଟଫଣ୍ଡରେ ଜଡିତ ହୋଇଛନ୍ତି ବିଭିନ୍ନ ଜନସାଧାରଣଙ୍କଠାରୁ ଲକ୍ଷାଧଳ ଟଙ୍କା ସଂଗ୍ରହ  କରିଥିବାବେଳେ ଗ୍ରାହକମାନେ ସେମାନଙ୍କ ଟଙ୍କା ଫେରସ୍ତ ନ ପାଇ ନାନା ହଇରାଣ ହରକତ ସହ ଦୁଖଦୁର୍ଦଶାରେ ଅଛନ୍ତି   ।
କଂଗ୍ରେସ ଦଳ ଚିଟଫଣ୍ଡ ନେଇ ବିଜେଡ଼ି ଓ ବିଜେପି ସରକାର ବିରୋଧରେ ବାରମ୍ବାର ଗଣ ଆନ୍ଦୋଳନ କରୁଛି  ସେହିଭଳି ପରିସ୍ଥିତି ରେ ସିସୋର ଚିଟଫଣ୍ଡରେ ଜଡ଼ିତ ଯୋଗେନ୍ଦ୍ର ବାନରାଙ୍କୁ କେଉଁ ଆଧାରରେ କଂଗ୍ରେସ ଟିକେଟ ଦିଆଯାଇଛି ତାହାକୁ ନେଇ କଂଗ୍ରେସ କର୍ମୀ ମହଲର ଅସନ୍ତୋଷ ର ଦାନା ବୃଦ୍ଧି ପାଉଛି । ଚଞ୍ଚକତା କରି ସେ କଂଗ୍ରେସ ଦଳର ଟିକେଟ ନେଇଛନ୍ତି ।ଏଣୁ ତାଙ୍କ ବିଧାୟକ ଟିକଟ ରଦ୍ଦ କରାଯାଉ ବୋଲି ପିସିସି ସଭାପତି ଶରତ ପଟ୍ଟାନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତା ସହିତ ଦଳରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ଏବଂ  ଟିକେଟ ପାଇଁ ଦରଖାସ୍ତ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ଭଲ ଭାବେ ଅନୁସନ୍ଧାନ ଓ ସବୁ ଦିଗରୁ ବିଚାରକୁ ନେଇ କଂଗ୍ରେସ ଦଳୀୟ ଟିକେଟ ସର୍ବସମ୍ମତିକ୍ରମେ ପ୍ରଦାନ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ନେତୃବୃନ୍ଦ କହିଛନ୍ତି ।ତଦସହ ରାଇରଙ୍ଗପୁର  ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଧିକ ସାନ୍ତାଳୀ ସମାଜର ଭୋଟର ଅଛନ୍ତି । ତେଣୁ ସାନ୍ତାଳୀ ସମାଜର ଜଣଙ୍କୁ ଟିକେଟ ପ୍ରଦାନ କରାଯାଉ ।ସପ୍ତାହ ମଧ୍ୟରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ ରାଜ୍ୟ  ପ୍ରଭାରୀ ଅଜୟ କୁମାର ପ୍ରମୁଖ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଯେଉଁଠାରେ ରାଷ୍ଟ୍ରପତିଙ୍କ ବାସସ୍ଥାନ ସେଠାରେ ଜଣେ ଦକ୍ଷ କଂଗ୍ରେସ ନେତାଙ୍କୁ ଜନ ଆଧାର ନେଇ  ଟିକେଟ ପ୍ରଦାନ କରନ୍ତୁ ।କାରଣ ଜନସାଧାରଣ ଦରଦାମ  ଓ ବେକାରୀ ବୃଦ୍ଧି  ନେଇ ଅସନ୍ତୁଷ୍ଟ ଅଛନ୍ତି । ସର୍ବସମ୍ମତିକ୍ରମେ ଯୋଗ୍ୟ ବ୍ୟକ୍ତି ଜଣଙ୍କୁ ଟିକେଟ ପ୍ରଦାନ   କରାଗଲେ କଂଗ୍ରେସ  ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ସହ ନିଶ୍ଚିତ ଭାବରେ ତା’ର ପୂର୍ବ ଗୌରବ ଫେରି ପାଇବ । କଂଗ୍ରେସ ଦଳ ସୁସଂଗଠିତ ହୋଇ ନିର୍ବାଚନ ସାମନା କରିବ ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ଶ୍ୟାମଚରଣ ହାଁସଦାଃ, ରମେଶ ଚନ୍ଦ୍ର ହାଁସଦାଃ, ଵର୍ଷିଆନ କଂଗ୍ରେସ ନେତା ଅନନ୍ତ ଖୁଣ୍ଟିଆଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।