Ps 3

ଅପହରଣ ଉଦ୍ୟମ ପଣ୍ଡ, ମହିଳାଙ୍କୁ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ

Crime State

ଆନନ୍ଦପୁର ୨୧।୪: ଅପହରଣକାରୀ କବଳରୁ ବର୍ତ୍ତିଗଲେ ମହିଳା । ଉଦ୍ଧାର ମହିଳାଙ୍କୁ କିଛି  ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଘସିପୁରା ଗାଁ ନିକଟରେ ଥିବା ଏକ ଅନାଥାଶ୍ରମରେ କାର୍ଯ୍ୟରତ ଜଣେ ମହିଳା ରବିବାର ଏଟିଏମରୁ ଟଙ୍କା ଉଠାଇବାକୁ ଆସୁଥିବା ସମୟରେ ଅପହରଣର ଶିକାର ହୋଇଥିଲେ । ଲାଲ ରଙ୍ଗର ଏକ ଅଲ୍ଟୋ କାରରେ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଅପହରଣ କରି ବ୍ୟାରେଜ ରାସ୍ତାରେ ଦ୍ରୁତ ଗତିରେ ପଳାଇ ଯାଉଥିଲେ । ଖବର ପାଇ କୁମୁଣିଆ ଗାଁର କିଛି ଯୁବକ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଅପହରଣକାରୀ ଦ୍ରୁତଗତିରେ ଗାଡିକୁ ବୁଲାଇ ଝାଡ଼େଶ୍ୱର ମନ୍ଦିର ରାସ୍ତାରେ ଫେରି ଆସିଥିଲେ । ମହିଳା ଜଣଙ୍କୁ ଅପହରଣକାରୀ ମାଡ଼ ମାରିବା ସହିତ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରି ମନ୍ଦିର ନିକଟରେ ଫିଙ୍ଗିଦେଇ ପଳାଇଥିବା ବେଳେ ସ୍ଥାନୀୟ ଯୁବକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।