Bank 1713708740

ଆକାଉଣ୍ଟରୁ ୯ କୋଟି ଗାଏବ, ତଦନ୍ତ କରୁଛି EOW

Crime State

ମୟୂରଭଞ୍ଜ: ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ଗାଏବ । ମୟୂରଭଞ୍ଜ ଜିଲ୍ଲା ପରିଷଦ ଜମାଖାତାରୁ ଗାଏବ ହୋଇଛି ୯ କୋଟି ୬୦ ଲକ୍ଷ ଟଙ୍କା  । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଜମାଖାତାରୁ ଟଙ୍କା ଉଭାନ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ଗାଏବ ନେଇ ଥାନାରେ ମାମଲା ରୁଜୁ ହୋଇଛି ।  ଏନେଇ ଭଞ୍ଜପୁର ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ବାରିପଦା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଗତ ସପ୍ତାହେ ମଧ୍ୟରେ ମୋଟ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ମିଳୁଥିବା କୋଟି କୋଟି ଟଙ୍କାର ଅନୁଦାନ ଅର୍ଥକୁ ବ୍ୟାଙ୍କ୍ ଅଫ ଇଣ୍ଡିଆ ବାରିପଦା ଶାଖା ଆକାଉଣ୍ଟରେ ରଖାଯାଉଥିଲା ।

ତେବେ ଚଳିତ ମାସରେ ଗତ ୧୦ ତାରିଖ ଠାରୁ ୧୮ ତାରିଖ ମଧ୍ୟରେ ଆକାଉଣ୍ଟରୁ ବିଭିନ୍ନ ଦିନରେ ବିପୁଳ ପରିମାଣର ଅର୍ଥ ଉଠା ଯାଇଥିବା ଜଣାପଡିବାପରେ ଥାନାରେ ଅଭିଯୋଗ ହୋଇଛି । ଏକ କୋଟିରୁ ଉର୍ଦ୍ଧ ଟଙ୍କାର ମାମଲା ହୋଇଥିବାରୁ ମାମଲାର ତଦନ୍ତ କରୁଛି EOW । ଏହି ଜାଲିଆତି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଉଛି ।