Golanthara Police Station 750x430 1

ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ: ଚାପି ହୋଇ ଜଣେ ଶ୍ରମିକ ମୃତ, ୪ ଆହତ

State

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ ଘରର ଖସି ପଡ଼ିଲା ଛାତ ସେଣ୍ଟ୍ରିଂ। ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ସକାଳେ ୫ଜଣ ଶ୍ରମିକ ସୋରଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଛାତ ସେଣ୍ଟ୍ରିଂ ଖୋଲୁଥିଲେ। ଏହି ସମୟରେ ସେଣ୍ଟ୍ରିଂ ଶ୍ରମିକଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାରେ ୫ଜଣ ଶ୍ରମିକ ସେଣ୍ଟ୍ରିଂ ତଳେ ଚାପି ହୋଇ ରହିଯାଇଥିଲେ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଅଞ୍ଚଳରୁ ଆସିଥିବା ଦେବରାଜ ଜାନି । ବୟସ ୫୫।

୪ ଜଣ ଆହତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତଙ୍କ ଘର ସୋରଳ ଗାଁର ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୪ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।