Series Chori1 1

ପୁଣି ସିରିଜ୍‌ ଲୁଟ୍‌, ୩ଟି ଘରୁ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Crime State

କଟକ  : ମାତିଛନ୍ତି ଲୁଟେରା । ଥମୁନି ଲୁଟେରାଙ୍କ ବିତ୍ପାତ । ନଜର ରଖୁଛନ୍ତି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଟିକିଏ ସୁଯୋଗ ପାଇବା ମାତ୍ରେ ଲୁଟ୍‌ କରୁଛନ୍ତି । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ରାମେଶ୍ୱର ପଞ୍ଚାୟତର ଚାହାପଡା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା l ଗତକାଲି ବିଳମ୍ବିତ ରାତ୍ରି ରେ ତିନିଗୋଟି ପରିବାରରୁ ସିରିଜ ଚୋରି ହୋଇଯାଇଛି l ପ୍ରାୟ ୧୦ରୁ ୧୫ ଲକ୍ଷ ଟଙ୍କାର ସମ୍ପତି ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି l

ଖବର ମୁତାବିକ୍‌, ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ରୁ ୩ଟା ମଧ୍ୟ୍ୟରେ ୩ ଜଣ ଦୃର୍ବୁତ୍ତ ହାତରେ ମାରଣାସ୍ତ୍ର ଧରି ପ୍ରଥମେ ପ୍ରଶାନ୍ତ ରାଉତଙ୍କ ଘରେ ପଶିଥିଲେ l ଯେତେବେଳେ କି ପ୍ରଶାନ୍ତ ଘରେ ଅନୁପସ୍ଥିତ ଥିଲେ l ସେ ଏକ ଜରୁରୀ କାର୍ଯ୍ୟରେ ସପରିବାର ବାହାରକୁ ଯାଇଥିଲେ ଘରେ ତାଙ୍କ ଭଉଣୀ ରହୁଥିଲେ l ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଘରେ ଦୁର୍ବୃତ୍ତ ମାନେ ପ୍ରବେଶ କରିଥିଲେ। ଏବଂ ତାଙ୍କ ଭଉଣୀଙ୍କୁ ମାରଣାସ୍ତ୍ର ଦେଖାଇ ଗଡ଼ରେଜ ଭାଙ୍ଗି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସହିତ ୨୫୦ ଗ୍ରାମର ସୁନା ନେଇଯାଇଥିଲେ । ସେହିପରି ଆଉ ଦୁଇ ଜଣଙ୍କ ଘରର ଅଳଙ୍କାର ମଧ୍ୟ ନେଇ ଯାଇଥିଲେ । ଏହାସହ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଡକାୟତ କରିଥିବା ସୂଚନା ମିଳିଛି।

ଖବର ପାଇ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ। ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ପୋଲିସ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି।