Img 20240411 Wa0189

ମା’ ଲାଲପାଟ ସାଲପାଟ ଗ୍ରାମଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ପୂଜା ଅନୁଷ୍ଠିତ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସ୍ଥିତ ବହୁ ପୁରାତନ ଲାଲପାଟ ସାଲପାଟ ଗ୍ରାମଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସହ ବାର୍ଷିକ ପୂଜା ଵିଧି ଆରମ୍ଭ ହୋଇଯାଇଛି I ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅଧିବାସ, କଳସ ଶୋଭାଯାତ୍ରା, ଅଙ୍କୁରା ରୋପଣ ଆଦି ଅନୁଷ୍ଠିତ ହୋଇଯାଇଛି I ସକାଳେ ମା’ ଅମ୍ବିକାଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ବୁଢାରାହୁଳ ମଠ ନିକଟସ୍ଥ ବୁଢ଼ାବଳଙ୍ଗ ଓ ଚିପଟ ନଦୀର ସଙ୍ଗମ ସ୍ଥଳରୁ କଳସ ଶୋଭାଯାତ୍ରା ର ଶୁଭାରମ୍ଭ ହୋଇଥିଲା I ପ୍ରାୟ ୧୫୦ ରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମୁଣ୍ଡରେ ପୂର୍ଣ୍ଣକୁମ୍ଭ ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ I ଶଙ୍ଖ, ଘଣ୍ଟ ଘଣ୍ଟା, ମୃଦଙ୍ଗ ଓ ହରିବୋଲ ଧ୍ୱନି ଦେଇ ପ୍ରାୟ ୫ କିଲୋମିଟର ଯାତ୍ରା କରି ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ I ତାପରେ ରୀତିନୀତି ଅନୁସାରେ ମା’ ଙ୍କ ପୂଜାବିଧି ଆରମ୍ଭ ହୋଇଥିଲା I ୧୨ ତାରିଖ ଦିନ ସକାଳ ୬ ଘଟିକାରେ ନାମ ସଂକୀର୍ତ୍ତନ ସହ ମନ୍ଦିର ପ୍ରତିଷ୍ଠା କର୍ମ ଏବଂ ୧୩ ତାରିଖ ଦିନ ସକାଳ ୮ ଘଟିକା ସମୟରେ ଦଧିନଉତି ଏବଂ ପରେ ପରେ ସର୍ବସାଧାରଣ ପୂଜା, ଯଜ୍ଞ, ବାର୍ଷିକ ପୂଜା, ପୂର୍ଣ୍ଣାହୂତି, ପୁଷ୍ପାଞ୍ଜଳି ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ତରଫରୁ ପ୍ରକାଶ I ବହୁ ସଂଖ୍ୟାରେ ଉପସ୍ଥିତ ରହି ମା’ ଙ୍କ ସାହ୍ନିଦ୍ଧ ଲାଭ କରିବାକୁ ଅନୁରୋଧ I