Img 20240409 Wa0201

ଗୋପବନ୍ଧୁ ଭବନରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଓଡ଼ିଆ ଜାଗରଣ ମଞ୍ଚର ଦାବୀ

State

ବାରିପଦା: ଉତ୍କଳମଣି ଗୋପବନ୍ଧୁ ଦାସ ମୟୁରଭଞ୍ଜ ରାଜ୍ୟର ଆଇନ ପରାମର୍ଶ ଦାତା ରହିବା ସହ ସେ ବାରିପଦା ପୌର ପରିଷଦର ଭାଇସ ଚେୟାରମେନ ଭାବରେ ଅବସ୍ଥାପିତ ଥିଲେ | ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଚାଲିଥିବା ସଂଗ୍ରାମରେ ମୟୁରଭଞ୍ଜ ମହାରାଜା ଏବଂ ଉତ୍କଳ ମଣି ଗୋପବନ୍ଧୁ ଙ୍କ ଭୂମିକା ଥିଲା ଅବିସ୍ମରଣୀୟ | ତେବେ ଗୋପବନ୍ଧୁ ବାରିପଦାରେ ରହୁଥିବା ଐତିହାସିକ ବାସସ୍ଥାନ ଗୋପବନ୍ଧୁ ଭବନ ନାମରେ ନାମିତ୍ତ ହୋଇ ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିଲା | ଜିଲ୍ଲାର ବିଭିନ୍ନ ସଂଗଠନ ବିଶେଷ କରି ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ଏହାର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟରେ ଦାବୀ କରାଯାଇଥିବା ବେଳେ, ଏହି ଐତିହାସିକ ଭବନର ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କା ର ବ୍ୟୟ ବରାଦ କରିଥିଲେ | ତେବେ ନିକଟ ଅତୀତରେ ଗୋପବନ୍ଧୁ ଭବନ ର ପୁନଃରୁଦ୍ଧାର କରାଯାଇଥିବା ବେଳେ, ଏଠାରେ ଗୋପବନ୍ଧୁଙ୍କ ଏକ ପୂର୍ଣ୍ଣ ଅବ୍ୟୟବ ପ୍ରତିମୂର୍ତ୍ତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାପନ କରାଯିବା ପାଇଁ ଆଜି ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ଜିଲ୍ଲା ପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ, ପିତାମ୍ବର ମଲ୍ଲିକ, ପ୍ରଦୀପ କୁମାର ପଲେଇ, ଲିଙ୍ଗରାଜ ମିଶ୍ର, ଶ୍ରୀକାନ୍ତ ରାଉତ, ସୟେଦ ସିରାଜୁଦ୍ଦିନ, ଦୀପକ କୁମାର ନାୟକ ପ୍ରମୁଖ ଜିଲ୍ଲା ପାଳଙ୍କୁ ଭେଟି ସବିଶେଷ ଆଲୋଚନା କରିଥିଲେ l ଆଲୋଚନା ପ୍ରସଙ୍ଗରେ ନିର୍ବାଚନ ଅଚରଣ ବିଧି ଉଠିବା ପରେ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ କହିଥିଲେ |